Img 20241202 Wa0167

ହିଡେନ ଷ୍ଟାର – ୨୦୨୪ ରେ ଦର୍ଶକଙ୍କୁ ହସାଇ ହସାଇ ନାକେଦମ କଲା ନାଟକ “ଏବଂ କିଏ ?”

State

ବାରିପଦା : ବାରିପଦାର ପ୍ରତିଷ୍ଠିତ ନାଟ୍ୟାନୁଷ୍ଠାନ ରୂପାନ୍ତର ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ଅଭିନୟ ପ୍ରତିଯୋଗିତା ହିଡେନ ଷ୍ଟାର – ୨୦୨୪ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି I ମଞ୍ଚ ଅଭିନୟ କ୍ଷେତ୍ରରେ ଆଜିର ଯୁବପୀଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ରୂପାନ୍ତର ଅନୁଷ୍ଠାନର ଏହାଥିଲା ଅଭିନଵ ପ୍ରୟାସ I ଏଥିରେ ଜିଲ୍ଲାର ୩୦ ଟି ମହାବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ରନାଥ ସାହୁ ଓ ନିର୍ଦ୍ଦେଶକ ପରେଶ ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ଏକକ ଅଭିନୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଦିତି ମହାନ୍ତି ପ୍ରଥମ, ରାଣୀଭୋଲର କଲ୍ୟାଣୀ ଦେଓ ଦ୍ଵିତୀୟ ଓ ଇ ଟି ଇ ଆଇ ର ଯମୁନା ବେଶ୍ରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଯୁଗ୍ମ ଅଭିନୟରେ ବାରିପଦା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇନ୍ଦ୍ରଜିତ ନାୟକ ଓ ସୂଦୀପ୍ତା ସାହୁ ପ୍ରଥମ , ବି ବି ମହାବିଦ୍ୟାଳୟ, ବାଇଗନବାଡିଆର ଲିପସା ପାଢ଼ୀ ଓ ପ୍ରଜ୍ଞାସ୍ମିତା ସାହୁ ଦ୍ଵିତୀୟ ଏବଂ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ଶିବନାରାୟଣ ହାଁସଦା ଓ ମନାଲି ଟୁଡୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ବି ବି ମହାବିଦ୍ୟାଳୟର କଶିଷ ନାଥଙ୍କୁ ଚେୟାରମ୍ୟାନ ପୁରସ୍କାର ପ୍ରଦାନ କରାଯାଇଥିଲା I ସନ୍ଧ୍ୟାରେ ହରିହର କଳା ମନ୍ଦିରର କଳାକାରଙ୍କ ଦ୍ୱାରା ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା I ପରେ ପରେ ରୂପାନ୍ତର ଅନୁଷ୍ଠାନ ଦ୍ୱାରା ଡଃ ପ୍ରଦୀପ ଭୌମିକଙ୍କ ରଚିତ ଓ଼ ସତ୍ୟନାରାୟଣ ଦାସଙ୍କ ନିର୍ଦ୍ଦେଶିତ ଏକ ହାସ୍ୟ ରସାତ୍ମକ ନାଟକ “ଏବଂ କିଏ” ପରିବେଷଣ କରାଯାଇଥିଲା I ସତ୍ୟ, ମଦନ, ରବୀନ୍ଦ୍ର, ଟୁଟୁ, କ୍ରିଷ୍ନା, ପଦ୍ମିନୀ ଓ଼ ଖୁଦୀଙ୍କ ଅଭିନୟ ବେଶ ଚିତାକର୍ଷକ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ନାଟକକୁ ଉଦଘାଟନ କରିବା ସହ ରୂପାନ୍ତର ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ I ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I