Screenshot 2024 12 01 101521 750x430

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

State

ପୁରୀ: ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ କରାଯାଇଛି।

ଗଜପତିଙ୍କୁ ଭେଟି ୪ ତାରିଖ ପାଇଁ ନିମନ୍ତ୍ରଣ ଦେଇଛନ୍ତି ନୌସେନାର ବରିଷ୍ଠ ଅଧିକାରୀ। ସେହିପରି ଯୁଦ୍ଧାଭ୍ଯାସରେ ୧୪ ହେଲିକ୍ୟାପଟର, ୧୨ ଯୁଦ୍ଧପୋତ ସାମିଲ ହୋଇଛନ୍ତି। କଳାକୌଶଳ ଦେଖାଇଛନ୍ତି ଫାଇଟର ଜେଟ। ନେଭି ଡେ ପାଇଁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍‌ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି।

ତେବେ ପୁରୀବାସୀଙ୍କ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ସମୁଦ୍ରକୂଳ ଯିବାକୁ ହେଲେ ଏସିଏସ୍ କଲେଜ ଛକ, ରାମକୃଷ୍ଣ ମିଶନ ଛକ, ଆଚାର୍ଯ୍ୟ ହରିହର ଛକ ଏବଂ ଦିଗବାରେଣୀ ଛକ ପଟେ ଯିବା ଆସିବେ। ଅନ୍ୟପଟେ ଚଳିତ ବର୍ଷ ନେଭି ଡେରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି।