Rl6prbpqd7movgyd00lt

ଗୋପାଳପୁର ବନ୍ଦରରେ ଆଇଏନଏସ କୁଠାର

State

ଗୋପାଳପୁର: ପର୍ଯ୍ୟଟକଙ୍କ ପାଇଁ ଗୋପାଳପୁର ବନ୍ଦର ନିକଟରେ  ଆଇଏନଏସ କୁଠାର ଲଙ୍ଗର ପକାଇଛି। ଏହି ଜାହାଜକୁ ଦେଖିବା ନିମନ୍ତେ ପୂର୍ବାହ୍ନ ୯ ଟାଠାରୁ ଅପରାହ୍ନ ସାଢ଼େ ୪ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରଖାଯାଇଛି।

ଏହି ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡଙ୍କ ଠାରୁ ସମସ୍ତ ବିଷୟ ପର୍ଯ୍ୟଟକମାନେ ପଚାରି ବୁଝି ପାରିବେ । କେଉଁ ପରିସ୍ଥିତରେ କେଉଁ ଭଳି ଜାହାଜ ଏବଂ ଏହାର କର୍ମଚାରୀ କିଭଳି କାର୍ଯ୍ୟ କରନ୍ତି ତାହା ମଧ୍ୟ ପର୍ଯ୍ୟଟକ ପଚାରି ବୁଝି ପାରିବେ । ଏନସିସି, ସ୍କାଉଟ୍ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷା ଲାଭ କରିପାରିବେ।

ନୌସେନା ସପ୍ତାହ ପାଳନ ଅବସରରେ ବିଶାଖାପାଟଣାଠାରୁ ଭାରତୀୟ ନୌସେନାର ଦୁଇଟି ଜାହାଜ ଗୋପାଳପୁର ବନ୍ଦର ଓ ପାରାନ୍ଦୀପ ବନ୍ଦରକୁ ଆସିଛି। ସେଠାରେ ନୌସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଦର୍ଶନ କରାଯାଉଛି।