ମୁମ୍ବାଇ : ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର । ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି । ଯଦିଓ ରିପୋର୍ଟ ଲେଖା ହେଲା ସୁଦ୍ଧା ସଂପୂର୍ଣ୍ଣ ଫଳାଫଳ ଆସିନାହିଁ ମାତ୍ର ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ବହୁମତକୁ ପାର୍ କରିଛି ମହାୟୁତି ମେଣ୍ଟ । ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୯ଟିରେ ଶାସକ ମହାୟୁତି ଆଗୁଆ ରହିଛି। କେବଳ ଭାରତୀୟ ଜନତା ପାର୍ଟି ୧୪୧ ଟି ଆସନରେ ଆଗୁଆ ରହିଛି। ସେହିପରି ୪୫ ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୦ ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୭୦ଟି ଆସନରେ ଆଗୁଆ ଅଛି।
ମୁଖ୍ୟମନ୍ତ୍ରୀ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ତିନି ଦଳ ମିଳିତ ଭାବେ ସ୍ଥିର କରିବେ। ଏହା ପୂର୍ବରୁ ଫଡନାଭିସ୍ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ- ଯଦି କେହି ଅଛନ୍ତି, ତେବେ ତାହା ସୁରକ୍ଷିତ।
ମହାୟୁତିରେ ବିଜେପି, ଶିବସେନା (ଏକନାଥ ସିନ୍ଦେ) ଏବଂ ଏନସିପି (ଅଜିତ ପାୱାର) ରହିଥିବା ବେଳେ ମହାବିକାଶ ଆଘାଡିରେ କଂଗ୍ରେସ, ଶିବସେନା (ଉଦ୍ଧବ ଠାକରେ) ଏବଂ ଏନସିପି (ଶରଦ ପାୱାର) ରହିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ବର ୨୦ତାରିଖରେ ମତଦାନ ହୋଇଥିଲା। ୨୦୧୯ ତୁଳନାରେ ଏଥର ୪% ଅଧିକ ମତଦାନ ହୋଇଛି। ୨୦୧୯ରେ ୬୧.୪% ମତଦାନ ହୋଇଥିଲା। ଏଥର ୬୫.୧୧% ମତଦାନ ହୋଇଛି।