1 105 1731655277319 750x430

ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍‌’

State

ବାରିପଦା: ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍‌’ l ଏନକ୍ଲୋଜରରେ ଘୁଷୁରିକୁ ଶିକାର କରି ଖାଇଲା ବାଘୁଣୀ ‘ଜିନତ୍‌’ l ରାତି ପ୍ରାୟ ୧୦ଟାରେ ଏନ୍‌କ୍ଲୋଜର୍‌ରେ ପ୍ରଥମ ଶିକାର କରିଛି ବାଘୁଣୀ l ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍‌’ର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଅଧିକାରୀ l

ଗତକାଲି ରାତି ପ୍ରାୟ ୧୦ଟାରେ ଶିମିଳିପାଳ ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କରିଛି ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍‌’ l ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ ନେଇଥିଲା l ଏସବୁର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି l ଏନେଇ ସୂଚନା ଦେଇଛି ଏସଟିଆର l ତେବେ ବର୍ତ୍ତମାନ ବାଘୁଣୀ ‘ଜିନତ୍ ‘ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।ତେବେ ଗତକାଲି ତାକୁ ଚହଲାସ୍ଥିତ ଏନକ୍ଲୋଜରରେ ଛଡ଼ାଯାଇଥିଲା । ସଫ୍ଟ ଏନକ୍ଲୋଜରରେ ଚାପମୁକ୍ତ ହୋଇ ଦୁଇଟି ଶିକାର କରି ପରିବେଶ ସହ ଖାପ ଖୁଆଇବା ପରେ ଜିନତକୁ ଉତ୍ତର ଶିମିଳିପାଳ କୋରକୁ ଛଡ଼ାଯିବ । ‘ଜିନତ୍‌’ର ବୟସ ୩ ବର୍ଷ ହୋଇଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଅଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସଟିଆର୍ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍‌’କୁ ଟ୍ରାଙ୍କୁଲାଇଜ କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ବାଘୁଣୀକୁ ଅଣାଯାଇଛି। ଆସିବାବେଳେ ବାଘୁଣୀର ନାଁ ଗଙ୍ଗା ଥିବା ବେଳେ ତାକୁ ବଦଳେଇ ବାଘୁଣୀର ନାଁ ‘ ଜିନତ୍’ ରଖାଯାଇଛି l