Debi Mishra 728x430

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ପ୍ରସଙ୍ଗ: ‘ଦୋଷଦର୍ଶୀ ନୁହଁ ଦୂରଦୃଷ୍ଟି ହେବା ଉଚିତ’

State

ଭୁବନେଶ୍ବର: ଆଜିଠୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଙ୍ଗାପୁରରେ ଶିଳ୍ପପତିଙ୍କୁ ଭେଟି ପୁଞ୍ଜି ଆକର୍ଷଣ କରିବେ । ଏଥିସହ ବଡ଼ବଡ଼ ପେଟ୍ରୋ କେମିକାଲ୍ସ ହବ୍ ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ।

ସେ କହିଛନ୍ତି ଯେ, ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପ୍ରତିଯୋଗିତା କରୁଛନ୍ତି । ତେଣୁ ବାହାରକୁ ଯାଇ ରୋଡ଼ ସୋ କରିବାର ଆବଶ୍ୟକତା ଅଛି । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୨୦୧୬ ରେ କନକ୍ଳେଭ ହୋଇଥିଲା । ତା’ପରେ ୨୦୧୮ ଓ କୋଭିଡ କାରଣରୁ ବିଳମ୍ବ ହୋଇ ୨୦୨୨ରେ ବି ହୋଇଥିଲା । ଓଡ଼ିଶାରେ ଖଣି ପେଟ୍ରୋ କେମିକାଲ ଇଣ୍ଡଷ୍ଟ୍ରି ଆସିଥିଲେ । ତେଣୁ ମାନୁଫ୍ୟାକଚରିଙ୍ଗ ୟୁନିଟ୍ ଉପରେ ଫୋକସ ଦିଆଯାଇଥିଲା । ଏଥିରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଚୂଡାନ୍ତ ହୋଇଥିଲା ବୋଲି ଦେବୀ ମିଶ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଇଟି ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃତୀୟରେ ଏରୋସ୍ପେସ ଉପରେ ଫୋକସ ଦିଆଗଲା । ସବୁ କନକ୍ଳେଭ ମିଶିକି ୧୬ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା । ସେଥିରୁ ଅନେକ କାମ ହେଉଛି ଓ ଅନେକର କାମ ଆରମ୍ଭ ହେଉଥିଲା । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇଛନ୍ତି । ଇଜ ଅଫ ଡୁଇଙ୍ଗ ବିଜନେସକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି । ଇଜ ଅଫ ଡୁଇଙ୍ଗ ବିଜନେସର କର୍ମଶାଳା ଓଡ଼ିଶାରେ ହିଁ ପ୍ରଥମେ ହୋଇଥିଲା । କେନ୍ଦ୍ରରୁ ନିର୍ମଳା ସୀତାରମଣ ବି ସେ ସମୟରେ ଆସିଥିଲେ । ଇଜ ଅଫ ଡୁଇଙ୍ଗ ବିଜନେସ ଯେତେ ସ୍ୱଚ୍ଛ ହେବ, ନିବେଶ ସେତେ ବଢିବ ଓ ନିବେଶକଙ୍କ ଆଗ୍ରହ ବଢିବ । ଯଦି ଆଇନଗତ ବା ଜମି ଅଧିଗ୍ରହଣ ପରି ସମସ୍ୟା ରହିବ, ନିବେଶକ ଆଗ୍ରହ ପ୍ରକାଶ କରିବେ ନାହିଁ । ଭଲ ବାତାବରଣ ନ ରହିଲେ, ନିବେଶକ ଆସିବେ ନାହିଁ ।

ପୋସ୍କୋ ଆଣିବେ ବୋଲି ରାଜ୍ୟ ସରକାର କହିଲେ । କିଏ ମନା କରୁଛି? ନବୀନ ପଟ୍ଟନାୟକଙ୍କ ସମୟରେ ବି ପୋସ୍କୋ ଆସିଥିଲା । ସେ ସମୟରେ କିଛି ବିଜେପି ନେତା ଏହାକୁ ବିରୋଧ କରିଥିଲେ । ପିଏମଓ ରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମନିଟର କରିବା ସତ୍ୱେ କଂଗ୍ରେସ ନେତା ବି ବିରୋଧ କରୁଥିଲେ । ଖାଲି ବିରୋଧ କରିବାକୁ ଯାଇ ବିରୋଧ ନ କରାଯାଉ । ପ୍ରକୃତ ନିବେଶ ଯେଉଁଥିରେ ବାତାବରଣ ପ୍ରଦୂଷଣ ନ ହେଉ, ଦେଖିବା କଥା । ପୁଞ୍ଜି ଆଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୁଞ୍ଜି ଆଣନ୍ତୁ ହେଲେ ଦୋଷଦର୍ଶୀ ହେଲେ ହେବନି ଦୁରଦୃଷ୍ଟି ସମ୍ପର୍ଣ୍ଣ ହେବା ଉଚିତ । ବାସ୍ତବ ଦର୍ଶୀ ହୋଇ ତାଙ୍କୁ କାମ କରିବାକୁ ପଡିବ ବୋଲି ଦେବୀ ମିଶ୍ର କହିଛନ୍ତି ।