792e82e0 2794 4fd5 B9f0 699641866c75

ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଓ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ଆନୁକୂଲ୍ୟରେ ‘ଶିଶୁର ବିକାଶ’ ସମ୍ବନ୍ଧରେ ଆଲୋଚନାଚକ୍ର

State

ସାଲେପୁର : ସ୍ଥାନୀୟ ପିକୋଳ ପଞ୍ଚାୟତ ଅଫିସ ସଂଲଗ୍ନ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ଆନୁକୂଲ୍ୟରେ ‘ଶିଶୁର ବିକାଶ’ ଶୀର୍ଷକ ଏକ ଆଲୋଚନାଚକ୍ର ସଭାନେତ୍ରୀ ମେଜର ମଞ୍ଜୁଶ୍ରୀ ପତିଙ୍କ ଅଧ୍ୟକ୍ଷତାରେ ତଥା ଶ୍ରୀଯୁକ୍ତ ସୁକାନ୍ତ କିଶୋର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିପିନବିହାରୀ କର ‘ମାତୃଗର୍ଭରେ ଶିଶୁର ବିକାଶ’ ନିମନ୍ତେ ପିତାମାତାଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ | ଅବସରପ୍ରାପ୍ତ ଅତିରିକ୍ତ ଡିପିଆଇ ତଥା ସ୍ବନାମଧନ୍ୟ ଲେଖକ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୃଷ୍ଟିଶକ୍ତି ବାଧିତ ଶିଶୁମାନଙ୍କ ଯତ୍ନ ସମ୍ବନ୍ଧରେ ବିଶଦ୍ ଆଲୋଚନା କରିଥିଲେ | ସଭାପତି ମେଜର ପତି ଶିଶୁର ଯତ୍ନରେ ପରିବାରର ଭୂମିକା ତଥା ଅନ୍ୟତମ ବକ୍ତା ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ. ମିନତି ମହାନ୍ତି ଉପରୋକ୍ତ ଶୀର୍ଷକରେ ନିଜର ମତବ୍ୟକ୍ତ କରିଥିଲେ | ଯାଜପୁର ଜିଲ୍ଲା ଅନ୍ତର୍ଗତ କମ୍ପଗଡ଼ ନିବାସୀ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ହଳଧର ଶତପ଼ଥିଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଂଶାଧିକ ଛାତ୍ରଛାତ୍ରୀଙ୍କୁ ପଠନ ଓ ଲିଖନ ସାମଗ୍ରୀ ମାନ ଟ୍ରଷ୍ଟ ତରଫରୁ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଇଥିଲା | ଏହି ଆଲୋଚନାଚକ୍ରରେ ସର୍ବଶ୍ରୀ ଉମେଶଚନ୍ଦ୍ର ପତି, ପୂର୍ଣ୍ଣଚନ୍ଦ୍ର ଓଝା, ପ୍ରତାପ କୁମାର ଜେନା, କୈଳାଶଚନ୍ଦ୍ର ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ |
ଅନୁଷ୍ଠାନର ସଂପାଦକ ପ୍ରାକ୍ତନ ପ୍ରଫେସର ଶ୍ରୀଯୁକ୍ତ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ |