-
ଉଦଘାଟନୀ ଉତ୍ସବରେ ଯୋଗ ଦେଲେ ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ
-
ପିଲାମାନଙ୍କର ମଜା, ମସ୍ତି, ନାଚ ଗୀତ ରେ ଦୁଲୁକିଲା ମଞ୍ଚ
-
ମନ ମୋହିଲା ସେଲଫି ଷ୍ଟାଣ୍ଡ
ବାରିପଦା : ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଆରମ୍ଭ ହେଲା ତିନି ଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ l ବଲିଉଡ ର ପ୍ରଖ୍ୟାତ ଅଭିନେତ୍ରୀ, ପ୍ରଯୋଜିକା, ନିର୍ଦ୍ଦେଶକା ତଥା ଏ ମାଟିର ସୁପୁତ୍ରୀ ନନ୍ଦିତା ଦାସ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି l ନନ୍ଦିତା ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା l ନନ୍ଦିତା ପହଂଚିବା କ୍ଷଣି ତାଙ୍କୁ ଶଙ୍ଖ ହୁଳହୁଳି, ବନ୍ଦାପନା ଓ ଫୁଲ ଚନ୍ଦନ ଦେଇ ବ୍ୟାଣ୍ଡ ବାଦନ ସହ ସ୍ୱାଗତ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଗେଷ୍ଟ ହାଉସ ମଞ୍ଚରେ ମଶାଲ ପ୍ରଜ୍ବଳନ ସହିତ ମୟୂରୀ ପତାକା ଉତ୍ତୋଳନ କରିବା ପରେ କଲ୍ୟାଣ ମଣ୍ଡପ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବ କୁ ଶୁଭ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥିଙ୍କ ଟିକେ ଝଲକ ପାଇବା ପାଇଁ ଓ ତାଙ୍କ ସହ ସେଲ୍ଫି ନେବା ପାଇଁ ଲୋକଙ୍କ ଭିତରେ ଭୟଙ୍କର କ୍ରେଜ ଦେଖିବାକୁ ମିଳିଥିଲା l ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ପ୍ରତିଷ୍ଠାତା ସମ୍ପାଦକ ସଂଜୟ କୁମାର ଚୌଧୁରୀଙ୍କ ସଂଚଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଉଦଘାଟନୀ ସମାରୋହ ରେ ସଭାପତିତ୍ୱ କରିଥିଲେ l ଏହି ଅବସରରେ ନନ୍ଦିତା ତାଙ୍କ ପିଲାବେଳର ବାରିପଦା କଥା ମନେ ପକେଇବା ସହ ଏ ମାଟିର ଏକ ସ୍ୱତନ୍ତ୍ରତା ଅଛି ବୋଲି କହିଥିଲେ l ଏହି ଅବସରରେ ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ.. ଦୀପକ ଗୋଛାୟତ ଯୋଗ ଦେଇଥିଲେ l ଏହି ଅବସରରେ ସଂସ୍କାର ଶିଶୁ ମହୋତ୍ସବ କମିଟି ପକ୍ଷରୁ ନନ୍ଦିତାଙ୍କୁ ତାଙ୍କ ତୈଳ ଚିତ୍ର ଟିଏ ଉପହାର ଦିଆ ଯାଇଥିଲା l ନନ୍ଦିତା ଙ୍କ 14 ବର୍ଷ ର ପୁଅ ବିହାନ ଦାସ ଙ୍କୁ ସ୍ୱରନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ଆର୍କିଟେକ୍ଟ ମନୋଜ କୁଆଁର, ସଂଗ୍ରାମ କେଶରୀ ଭଞ୍ଜଦେଓ, ନାଟ୍ୟକାର ଧୀର ବସା ପ୍ରମୁଖ ମଞ୍ଚାସୀନ ଥିଲେ l ଡ଼ଃ ପୁଷ୍ପା ପାତ୍ର ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ହିମାଦ୍ରୀ ତନୟା ଚୌଧୁରୀ ବେଦ ପାଠ କରିଥିଲେ l ସକାଳ 8ଟାରୁ ଏହି ମହୋତ୍ସବ ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦିନ ତମାମ ବ୍ୟାଣ୍ଡ ଷ୍ଟାଣ୍ଡ ଗେଷ୍ଟ ହାଉସ ର ମଞ୍ଚ ଏବଂ କଲ୍ୟାଣ ମଣ୍ଡପରେ ନାଚଗୀତ ମଜାମସ୍ତି, କାର୍ଯ୍ୟକ୍ରମ ଜାରି ରହିଥିଲା l ତେବେ ସୂଚନା ଅନୁଯାୟୀ ମହୋତ୍ସବର ଦ୍ଵିତୀୟ ଦିନରେ ଉତ୍ତର ପ୍ରଦେଶରୁ ମହାଭାରତ ପ୍ରବଚକ ସ୍ୱାମୀ ଚିଦୃପା ନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ସେପଟେ ଦ୍ଵିତୀୟ ଦିନ ରେ ମଧ୍ୟ ସାରା ଦିନ ଶିଶୁ ମନ ଲାଖି ନାନା ପ୍ରକାର କାର୍ଯ୍ୟକ୍ରମ ରହିଥିବା ନେଇ ଶିଶୁ ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି l