ପ୍ରଥମ ଥର ପାଇଁ ବାରିପଦା ରେ ମହାଭାରତର ଜ୍ଞାନତତ୍ତ୍ୱ ପ୍ରବଚନ ଦେବେ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ୱତୀ
ବାରିପଦା: ଚିନ୍ମୟ ମିଶନ ଆନୁକୂଲ୍ୟରେ ଆଜି ଠାରୁ ଆସନ୍ତା 20 ତାରିଖ ପ୍ରଯ୍ୟନ୍ତ ବାରୁଣୀ ରୋଡ଼ ମଧୁବନ ଠାରେ ବାରିପଦାରେ ପ୍ରଥମ ଥର ମହାଭାରତ ଜ୍ଞାନ ଯଂଜ୍ଞ ଅନୁଷ୍ଠିତ ହେବ l ଚିନ୍ମୟ ମିଶନ ନୋଇଡା, ଉତ୍ତର ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତି ଦିନ ସନ୍ଧ୍ୟା 6.30 ରୁ 7 ଟା ରେ ମହାଭାରତର ଶାନ୍ତି ପର୍ବ ବିଷୟରେ ଓ ସକାଳ 7ଟା ରୁ 8 ହିନ୍ଦୀରେ ହସ୍ତମଳକ ସ୍ତୋତ୍ର ବିଷୟରେ ପ୍ରବଚନ ଦେବା ସହିତ ମହାରାଜା ପୂର୍ଣଚନ୍ଦ୍ର ସୟଂ ଶାସିତ ମହାବିଦ୍ୟାଳୟ, ସଚ୍ଚିଦାନନ୍ଦ ଗୁରୁକୁଳ, ଡିଭାଇନ ବୈଷଶିକ ବିଦ୍ୟାଳୟ, ମୟୁରଭଞ୍ଜ ଏକାଉଣ୍ଟନସି ମହାବିଦ୍ୟାଳୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କୁ ଜୀବନ ଓ ଜୀବିକା ଶିକ୍ଷା ବିଷୟରେ ଉଦବଦନ ଦେବେ l ତତସହିତ ୧0ମ ସଂସ୍କାର ଶିଶୁ ମହୋତ୍ସବ ‘ ମୟୂରୀ ‘ ରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି l ବାରିପଦା କାର୍ଯ୍ୟକ୍ରମ ପରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହିତ ବିଭିନ୍ନ ଆଧ୍ୟାତ୍ମିକ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଜଗନ୍ନାଥ ମନ୍ଦିରର ଯିବାର କାର୍ଯ୍ୟକ୍ରମ ଅଛି ବୋଲି ସମ୍ପାଦକ ଅଜିତ ବେହେରା ସୂଚନା ପ୍ରଦାନ କରିଛନ୍ତି l ତାଙ୍କ ସହିତ ବାରିପଦା ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ, ଚିନ୍ମୟ ମିଶନ ଲାଠିକଟାର ଆଚାର୍ଯ୍ୟ ଅନିକେତ ଚୈତନ୍ୟଙ୍କ ସହିତ ଅନ୍ୟ ବହୁ ସାଧୂସନ୍ଥ ଉକ୍ତ ଜ୍ଞାନ ଯଂଜ୍ଞରେ ଯୋଗ ଦେବେ l
ସ୍ୱାମୀ ଚିଦ୍ରୁପାନନ୍ଦଜୀ ସ୍ଵନ୍ୟାସ ଦୀକ୍ଷା ନେବାପରେ ଯୁବସମାଜକୁ ମାର୍ଗ ଦର୍ଶନ କରାଇବା ପାଇଁ ଦେଶ ବିଦେଶରେ ବିଭିନ୍ନ ପ୍ରାନ୍ତ ବୁଲି ବୁଲି ବିଭିନ୍ନ ବୟସର ଛାତ୍ରଛାତ୍ରୀ, ଶିକ୍ଷକ ସମାଜ, ଚିକିତ୍ସିକ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଜାତୀୟ ଅନ୍ତର୍ଜାତୀୟ କମ୍ପାନୀର କର୍ମଚାରୀ ମହଲରେ ହୃଦୟସ୍ପର୍ଶୀ ଓ ଓଜ୍ଜସିନୀ ଉଦବଦନ ମାଧ୍ୟମରେ ବ୍ୟବସ୍ଥାପନ ସମ୍ବଦ୍ଧିୟ ଆଲୋଚନା କରି ସମସ୍ତଙ୍କ ହୃଦୟରେ ସ୍ଥାନ ଅଧିକାର କରି ପାରିଛନ୍ତି l
ସେ ଜଣେ ହିନ୍ଦୀ, ଇଂରାଜୀ, ତେଲୁଗୁ, ମାଲାଲାୟମ୍, ମରାଠୀ ଭାଷାର ସୁବକ୍ତା l
ଉକ୍ତ ମହାଭାରତ ଜ୍ଞାନ ଯଜ୍ଞ ବହୁ ସଂଖ୍ୟା ଯୋଗ ଦେଇ ଜ୍ଞାନ ଗଙ୍ଗାରେ ଅବଗାହନ ପୂର୍ବକ ନିଜର ଓ ସମାଜର କଲ୍ୟାଣ ରେ ସହାଭାଗି ହେବାକୁ ସଭାପତି ବିଜୟ ଲେଙ୍କା ବିନମ୍ର ଅନୁରୋଧ କରିଛନ୍ତି l