Img 20241109 Wa0111

ଶାନ୍ତି ପେଲେସରେ ଅତ୍ୟାଧୁନିକ ସୌଖୀନ ଲେଡିଜ ଗାର୍ମେଣ୍ଟ ସୋ ରୁମ( ପେହେନାଓ୍ଵା ବାଇ ନେହା ) ସାଂସଦଙ୍କ ଦ୍ବାରା ଉଦଘାଟିତ

State

ବାରିପଦା – ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ କ୍ରମବର୍ଦ୍ଧିଷ୍ଣୁ ସହର ହେଉଛି ରାଇରଙ୍ଗପୁର ସହର ।ଏହି ପୌରାଞ୍ଚଳର ଜନସଂଖ୍ୟା ୫୦ ହଜାରରୁ ଉର୍ଦ୍ଧ୍ବ ।ଏହି ସହରକୁ ଲାଗି ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ ରାଜ୍ୟ ।ଏହି ସହରକୁ ଦୈନିକ ପଚାଶ ହଜାରରୁ ଉର୍ଦ୍ଧ୍ବ ଲୋକ ସରକାରୀ କାର୍ଯ୍ୟ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପାଇଁ ଆସନ୍ତି । ଯୁଗ ସହିତ ଆଧୁନିକତାର ତାଳ ଦେଉଛନ୍ତି ଯୁବା ଵର୍ଗ । ସମସ୍ତେ ସ୍ମାର୍ଟ ଲୁକ ହେବାକୁ ଚାହୁଁଛନ୍ତି । ସେଥିପାଇଁ ଆଧୁନିକ ସୁନ୍ଦର ଡିଜାଇନର ପୋଷାକ ଆବଶ୍ୟକ ।ଯୁଵାବର୍ଗ ପୋଷାକ ପତ୍ର ଉପରେ ଭାରି ଯତ୍ନଶୀଳ ଓ ବେଶି ଧ୍ୟାନ ଦିଅନ୍ତି।ହେଲେ ତାଙ୍କର ମନ ପସନ୍ଦର ପୋଷାକ ରାଇରଙ୍ଗପୁର ସହରରେ ଉପଲବ୍ଧ ହେଉ ନ ଥିବାବେଳେ ସେମାନେ ଟାଟା ନଗର, କୋଲକାତା,ଭୂବନେଶ୍ବର,ବାରିପଦା ,କେନ୍ଦୁଝର, ବାଲେଶ୍ଵର ଉପରେ ନିର୍ଭର କରନ୍ତି । ତେଣୁ ଯୁବା ଏବଂ ମହିଳାଙ୍କ ମନ ପସନ୍ଦର ପୋଷାକ ଉପଲବ୍ଧ ପାଇଁ ରାଇରଙ୍ଗପୁର ଅଂଚଳର ଯୁବା ନେହା ଅଗ୍ରୱାଲ ତାଙ୍କର ବହୁ ଦିନର ସ୍ବପ୍ନ ଥିବା ଏକ ଅତ୍ୟାଧୁନିକ ସୌଖିନ ପୋଷାକ ଦୋକାନ ଖୋଲିବା ନେଇ ଆଜି ସାକାର ହୋଇଛି । ଏଥିପାଇଁ ସ୍ଥାନୀୟ ହରେକୃଷ୍ଣ ମହତାବ ଭବନ ଛକ ନିକଟସ୍ଥ ଶାନ୍ତି ପେଲେସରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଲେଡିଜ୍ ଗାର୍ମେଣ୍ଟ ସୋ ରୁମ୍ (ପେହେନାଓ୍ବା ବାଇ ନେହା) ଖୋଲିଛନ୍ତି । ଏହାକୁ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଫିତାକାଟି ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସମ୍ପାଦକ ନବୀନ ରାମ, ଜିଲ୍ଲା ସଂପାଦକ ମନୋଜ ଦାସ,ସୁନ୍ଦର ମହାନ୍ତ,ବିକାଶ ମହାନ୍ତ,ଅଶୋକ ଅଗ୍ରୱାଲ,ଶିବୁ ଅଗ୍ରୱାଲ,ଆକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ପୋଷାକରେ ରୁଚି ରଖିଥିବା ଯୁବା ନେହା ଅଗ୍ରୱାଲ କହନ୍ତି ସେ ୪ ଵର୍ଷ ହେଲା ଅନ୍ ଲାଇନ ପୋଷାକ କାରବାର କରନ୍ତି । ବର୍ତମାନ ସେ ଅଫ୍ ଲାଇନ୍ ମଧ୍ଯୟରେ ଯୁବଗୋଷ୍ଠୀଙ୍କ ଚାହିଦା ଏବଂ ମନ ପସନ୍ଦର ପୋଷାକ ବିକ୍ରୟ ପାଇଁ ଏହି ପଦକ୍ଷେପ ନେଇଛନ୍ତି ।ଯେଭଳି ଯୁବା ଗୋଷ୍ଠୀ ଏବଂ ମହିଳାମାନେ ଦୂର ଦୂରାନ୍ତକୁ ନ ଯାଇ ଖର୍ଚ୍ଚାନ୍ତ ରେ ନ ପଡନ୍ତୁ । ସେମାନଙ୍କ ପାଇଁ ଯେତେ ସମ୍ଭବ ତାଙ୍କ ମନ ପସନ୍ଦର ପୋଷାକ ସାମଗ୍ରୀ ଯୋଗାଇବାକୁ ଆମ୍ଭେ ସଦା ସର୍ବଦା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ଏଠାରେ ଶସ୍ତା ,ସୁନ୍ଦର, ଆକର୍ଷଣୀୟ ପୋଷାକ ଲେହେଙ୍ଗା,ଗାଉନ,ସୁଟସ୍ ଏବଂ ଅନ୍ୟ ବିଭିନ୍ନ ସୁନ୍ଦର ସୁନ୍ଦର ଡିଜାଇନର ମହିଳା ମାନଙ୍କ ଉଦ୍ଦିଷ୍ଟ ପୋଷାକ ଉପଲବ୍ଧ ହେଵ । ରାଇରଙ୍ଗପୁର ବାସୀ ଏବଂ ଆଖପାଖ ଅଂଚଳର କେବଳ ଯୁବା ଗୋଷ୍ଠୀ ଏବଂ ମହିଳାମାନେ ଏହାର ଲାଭ ଉଠାଇ ପାରିବେ । କିଣନ୍ତୁ ନ କିଣନ୍ତୁ ଥରେ ହେଲେ ଦୋକାନରେ ପାଦ ଦେଇ ପୋଷାକର ମାନ,ଡିଜାଇନ୍ ଦେଖି ଯିବା ପାଇଁ ଅନୁରୋଧ କରିଛନ୍ତି ।