Onn 3

ରବର ବୋର୍ଡ଼ ବିଭାଗର ବିସ୍ତାର ନିମନ୍ତେ ବୈଷୟିକ ମାନବ ସମ୍ବଳକୁ ଯୁବ ବୃତ୍ତିଗତ ରୂପେ ବ୍ୟବହାର କରିବା ପାଇଁ ପ୍ରସ୍ତାବ

State

ବାରିପଦା:  ଯୁବ ବୃତ୍ତିଗତ ଭାବରେ ବୈଷୟିକ ମାନବ ସମ୍ବଳର ଯୋଗଦାନ ପାଇଁ ଯୋଗ୍ୟ ପ୍ରାର୍ଥୀ /ପ୍ରାର୍ଥିନୀ ମାନଙ୍କ ଠାରୁ ଅନଲାଇନ ଆବେଦନ ପତ୍ର ଆଗ୍ରହ କରାଯାଉଅଛି I ଏହି ଆବେଦନ ଗୁଡିକ ଅଣପାରମ୍ପରିକ ଅଂଚଳରେ (କେରଳ ଓ ତାମିଲନାଡୁ ରାଜ୍ୟ ବ୍ୟତୀତ ଅନ୍ୟ ସବୁ ରାଜ୍ୟ) ଏବଂ ଉତ୍ତର-ପୂର୍ବାଞ୍ଚଳ (ଉତ୍ତର-ପୂର୍ବ ରାଜ୍ୟ ସମୂହ) ରବର ବୋର୍ଡ଼ ଉତ୍ପାଦନ ବିଭାଗରେ ସମ୍ପ୍ରସାରଣ ସେବା ପାଇଁ ଉଦ୍ଧିଷ୍ଟ ଅଟେ । ଉକ୍ତ ନିଯୁକ୍ତି ପାଇଁ ମାସିକ ଏକୀଭୂତ ଦରମା ୪୦,୦୦୦.୦୦ (ଚାଳିଶି ହଜାର) ଟଙ୍କାରେ ସୀମିତ ଅଟେ । ନିଯୁକ୍ତିର ପ୍ରକୃତି ସମ୍ପୂର୍ଣ ଅସ୍ଥାୟୀ ଅଟେ । ଉପଲବ୍ଧ ପଦବୀ ସଂଖ୍ୟା ଉତ୍ତର-ପୂର୍ବାଂଚଳ ପାଇଁ ୪୦ଟି ଏବଂ ଅଣପାରମ୍ପରିକ ଅଞ୍ଚଳ ପାଇଁ ୧୦ଟି ଅଟେ ।

ପ୍ରାର୍ଥୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି/ଉଦ୍ୟାନକୃଷି/ଜଙ୍ଗଲ ବିଜ୍ଞାନରେ ସ୍ନାତକ କିମ୍ବା ଉଦ୍ଭିଦବିଜ୍ଞାନରେ ସ୍ନାତକୋତ୍ତର ହୋଇଥିବା ଆବଶ୍ୟକ । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରୁ ପ୍ରାର୍ଥୀ/ପ୍ରାର୍ଥିନୀ ମାନଙ୍କୁ ଅଣପାରମ୍ପରିକ ଅଂଚଳରେ ପଦବୀ ପାଇଁ ଅଗ୍ରାଧିକାର ଦିଆଯିବ । ସ୍ଥାନୀୟ ଭାଷାରେ ପାରଦର୍ଶୀ ଥିବା ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ଅଗ୍ରାଧିକାର ଦିଆଯିବ । ଆବେଦନକାରୀଙ୍କ ବୟସ ସୀମା ତା ୦୧.୧୦.୨୦୨୪ରିଖ ସୁଦ୍ଧା ସର୍ବାଧିକ ୩୦ ବର୍ଷ ହୋଇଥିବା ଆବଶ୍ୟକ । ପଦବୀରେ ଯୋଗଦାନର ଅବଧି ତା ୩୧.୦୩.୨୦୨୬ ରିଖ ପର୍ଯ୍ୟନ୍ତ ରହିବ । ମନୋନୀତ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ଅଣପାରମ୍ପରିକ ଏବଂ ଉତ୍ତର-ପୂର୍ବାଞ୍ଚଳରେ ରବର ଉତ୍ପାଦନ ବିଭାଗର ସମ୍ପ୍ରସାରଣ ଏବଂ ବିକାଶ କାର୍ଯ୍ୟକଳାପ ସହିତ ଜଡିତ ଦାୟିତ୍ୱ ଦିଆଯିବ ।

ଆଗ୍ରହୀ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ରବର ବୋର୍ଡ଼ ୱେବ ସାଇଟ www.rubberboard.org.in ରେ ଅନଲାଇନ ନିଯୁକ୍ତି ଆବେଦନ (ORA) ଲିଙ୍କ ବ୍ୟବହାର କରି ଅନଲାଇନରେ ଆବେଦନ କରିପାରିବେ । ଅନଲାଇନ ଆବେଦନ ଦାଖଲ ପାଇଁ ବନ୍ଦ ତାରିଖ ହେଉଛି ତା ୧୩.୧୧.୨୦୨୪ ରିଖ ଘ ୧୧.୫୯ ମି ପର୍ଯ୍ୟନ୍ତ । ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କୁ ଗୌହାଟୀ / ଅଗରତାଲା /ମାଂଗାଲୋର ରେ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପାଇଁ ଡକାଯିବ । ଯୁବ ବୃତ୍ତିଗତ ଭାବରେ ଯୋଗଦାନ- ସମ୍ପ୍ରସାରଣ ସେବା କୌଣସି ଅଧିକାର ପ୍ରଦାନ କରିବ ନାହିଁ କିମ୍ବା ରବର ବୋର୍ଡ଼ରେ ଭବିଷ୍ୟତରେ ଖାଲିଥିବା ପଦବୀରେ ନିୟମିତ କିମ୍ବା ଅସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିବ ନାହିଁ ।