Photo For The News Of Surabhi Programme

ଶିଶୁ ମହୋତ୍ସବ ସୁରଭି ୨୦୨୪ ଓ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛୟାଳସିଂ ଆଞ୍ଚଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଖଗେଶ୍ୱର ଉ.ପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଜୟନ୍ତୀ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ବିବି ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନନ୍ଦ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ସମସ୍ତ ଗୁଣାବଳି ପରିପ୍ରକାଶ ହୋଇଥିବା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟା ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ଉଦ୍ଘାଟନ କରିଥିଲେ । ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା ଧନ୍ୟବାଦ୍ ଅର୍ପଣ କରିଥିଲେ । ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଡ଼ ପ୍ରଫୁଲ୍ଲ ସାହୁ, ସମାଜସେବୀ ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୯ ଗୋଟି ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ର ଛାତ୍ରୀ ବକୃତା, ନାଚ, ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍ ସମେତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତି ପ୍ରତିଯୋଗିତାରେ ଜଣେ ଲେଖାଏ କୃତୀ ଛାତ୍ର ଛାତ୍ରୀ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ରେ ଭାଗନେବେ । ପ୍ରକାଶ ଚନ୍ଦ୍ର ଜେନା, କଲୋଳପ୍ରଭା ବାରିକ୍‌, ଅନୁସୟା ବାରିକ୍‌, ଗୋପବନ୍ଧୁ ସାହୁ, ପ୍ରଜ୍ଞାସ୍ମିତା ବାରିକ୍‌, ଅନିମା ଦାସ, ପଦ୍ମନାଭ ଗିରି, ଭୀମ ଖଣ୍ଡା, ଶିର୍ଷାନନ୍ଦ ରାଉତ୍‌, ସ୍ନିଧା ନାୟକ, ନିଶିକାନ୍ତ ଜେନା, ଭରତ ଓଝା, ପଞ୍ଚାନନ ସାହୁ, ସୁଦର୍ଶନ ଘଡାଇ, ଶକ୍ତିଧର ଜେନା, ସୁଶୀଳା ସେଣ, ସୂର୍ଣ୍ଣପ୍ରଭା ନାୟକ, କିଶୋର ନାୟକ, ରାଜଶ୍ରୀ ନାୟକଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ /ସଦସ୍ୟା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।