Wwe

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

State

ଆଗରପଡ଼ା :ଶୁକ୍ରବାର ଭଦ୍ରକ ଜିଲ୍ଲା ଓଲଙ୍ଗ ପଂଚାୟତ ଅନ୍ତର୍ଗତ ସରମଙ୍ଗା ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିଶାକର ପଣ୍ଡାଙ୍କ ୮୦ବର୍ଷ ବୟସରେ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ହୃଦରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡ଼ିକାଲରେ ଚିକିତ୍ସାଧିନ ଥିଲେ । ମୃତ୍ୟୁ ସମୟରେ ପୁଅ ମନୋଜ,ବୋହୂ ଓ ଝିଅ ମାନସୀରାଣୀ ଏବଂ ଜ୍ୱାଇଁ ଗୋପାଳ କୃଷ୍ଣ ଦାଶଙ୍କ ସମେତ ଅନ୍ୟ ଜ୍ଞାତିକୁଟୁମ୍ବ ମାନେ ଉପସ୍ଥିତ ଥିଲେ । ପୁଅ ମନୋଜ ମୁଖାଗ୍ନୀ ଦେଇଥିଲେ । ପ୍ରକାଶ ଥାଉକି ଦୀର୍ଘ ୨୮ ବର୍ଷର ଶିକ୍ଷକତା ଜିବନ ଭିତରେ ସ୍ୱର୍ଗତ ନିଶାକର ଭଦ୍ରକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଓ ପ୍ରଧାନଶିକ୍ଷକତା କରିଥିଲେ । ନିଜର ଶିକ୍ଷାଦାନ ପାଇଁ ସେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ । ସେ ଜଣେ ଛାତ୍ର ବତ୍ସଳ ଓ ପରୋପକାରୀ ବ୍ୟକ୍ତି ରୂପେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।