Photo2 For The News Of Eka

ଷ୍ଟ୍ରେଚରରେ ରୋଗୀ ବୁହାହେବା ଘଟଣା, ବିଳମ୍ବିତ ଚିକିତ୍ସାରୁ ଆଖି ବୁଜିଲେ ଏକା

State

ଆଗରପଡ଼ା :ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ରୋଗୀଙ୍କୁ ଷ୍ଟ୍ରେଚରରେ ଗାଁରୁ ଅଣାଯାଇ ପରେ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗାଁରୁ ପ୍ରାୟ ୧କିମି ରାସ୍ତା ଅଣାଯିବା ଯୋଗୁଁ ଚିକିତ୍ସାରେ ବିଳମ୍ବ ଘଟିଥିଲା । ଶେଷରେ ବିଳମ୍ବିତ ଚିକିତ୍ସାରୁ ଆଖି ବୁଜିଲେ ରୋଗୀ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଏଭଳି ଘଟଣା ଘଟିଛି ।

Photo1 For The News Of Eka

ସୂଚନାରୁ ପ୍ରକାଶ ବୃନ୍ଦାବନପୁର ଗ୍ରାମର ଏକା ବାରିକ(୫୫)ନାମକ ଜଣେ ରୋଗୀ ଦୀର୍ଘ ୨ବର୍ଷରୁ ଉର୍ଦ୍ଦ ହେବ ଅସୁସ୍ଥତା କାରଣରୁ ଶଯ୍ୟାସାୟୀ ହୋଇ ଘରୋଇ ଚିକିତ୍ସାରେ ରହିଥିଲେ । ଗୁରୁବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଜିଳ୍ଲା ମୁଖ୍ୟ ଚିକିତ୍ସଳେୟକୁ ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ରାସ୍ତା ଅବସ୍ଥା ଶୋଚନୀୟ ହେତୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବା ସମ୍ଭବପର ହୋଇପାରି ନଥିବାରୁ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଘରପାଖରୁ ପ୍ରାୟ ୧କିମି ରାସ୍ତା ଷ୍ଟ୍ରେଚରରେ ବୋହି ମୁଖ୍ୟ ରାସ୍ତାକୁ ଆଣି ଅପେକ୍ଷାରତ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଏହି ଭିତରେ ବହୁ ସମୟ ଅତିକ୍ରାନ୍ତ କରିଯାଇଥିଲା । ତେଣୁ ବିଳମ୍ବରେ ଏକା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥିେଲେ । ଏବଂ ଚିକିତ୍ସାଧିନ ଅବସ୍ଥାରେ ଏକାଙ୍କ ଜିବନ ଚାଲିଗଲା । ଶୁକ୍ରବାର ଏକ ଶୋକାକୁଳ ପରିବେଶରେ ମୃତ ଶରୀରକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିବା ଜଣାପଡ଼ିଛି । ଏକାଙ୍କ ବିଧବା ପତ୍ନୀ ସମେତ ୨ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଝିଅ ୨ଜଣଙ୍କ ବିଭାଘର ହୋଇଯାଇଥିବା ବେଳେ ନାବାଳକ ପୁଅଟି ଘରର ଆର୍ôଥକ ପରିସ୍ଥିତି ପାଇଁ ବାହାର ରାଜ୍ୟରେ ଦାଦନ ଖଟୁଛି । ତେଣୁ ଏକାଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ସହାୟତା ଯୋଗାଇ ଦେବା ସହିତ ବିଭାଗ ନିର୍ମାଣାଧିନ ରାସ୍ତାରେ ଟାଳଟୁଳ ନିତି ଅବଲମ୍ବନ ନକରି ନିର୍ମାଣାଧିନ ରାସ୍ତାଟିକୁ ଗମନାଗମନ ଉପଯୋଗୀ କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।