Rew

ମୟୁରଭଞ୍ଜ କୁ କେନ୍ଦ୍ରୀୟ ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭଞ୍ଜସେନା ପ୍ରତିଷ୍ଠାତା ଙ୍କ ଅନୁରୋଧ

State

ବାରିପଦା – ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ର ଆବଶ୍ୟକତା ଅଛି ଆଉ ଏହି ଶିଳ୍ପ ପ୍ରତିଷ୍ଠା ହେଲେ ଏହି ଜିଲ୍ଲାରେ ବେକାରୀ ସମସ୍ୟା ବହୁମାତ୍ରାରେ ଦୂର ହୋଇପାରିବ |
କାହିଁକିନା ବିଶେଷଜ୍ଞ ମାନଙ୍କ ମତରେ ପର୍ଯ୍ୟଟନ ଶିଳ୍ପ ଗୋଟିଏ ଏଭଳି ଶିଳ୍ପ ଯୋଉଥିରେ ଅଳ୍ପ ପୁଞ୍ଜି ନିବେଶ ଦ୍ୱାରା ବହୁଳ ଭାବେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ର ଆଶା ସୃଷ୍ଟି କରିଥାଏ |ସ୍ଥାନୀୟ ବେରୋଜଗାର ଯୁବକ ଯୁବତୀ ମାନେ ପ୍ରତକ୍ଷ୍ୟ ଓ ପରୋକ୍ଷ ରୋଜଗାରକ୍ଷମ ହେବା ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ରେ ଅଭିବୃଦ୍ଧି ଘଟିଥାଏ |ଏହାକୁ ହୃଦୟଙ୍ଗମ କରି ଦୀର୍ଘ ୧୦ ବର୍ଷରୁ ଉର୍ଧ୍ଵ ହେବ ଧରି ନିରବଛିନ୍ନ ଭାବେ ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ଉପାୟରେ ଦାବୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିଆସୁଅଛୁ |
ଯାହାର ଫଳ ସ୍ୱରୂପ ପ୍ରଥମ ପର୍ଯ୍ୟାୟ ରେ ବଛା ବଛା କିଛି ପର୍ଯ୍ୟଟନ ସହ ଐତିହ୍ୟ ସ୍ଥଳୀର ବିକାଶ ପାଇଁ ଆର୍ଥିକ ସହାୟତା ଆସିଥିଲା, ଏବେ ମଧ୍ୟ କିଛି ଆସିଛି ଏବଂ ମୟୁରଭଞ୍ଜ ର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ମନ୍ଦିର “କେନ୍ଦ୍ରୀୟ ପ୍ରସାଦ ଯୋଜନା” ରେ ସାମିଲ ହୋଇ ପ୍ରଥମ ପର୍ଯ୍ୟାୟ ରେ ୧୦ କୋଟି ଟଙ୍କା ଆସୁଅଛି ଏବଂ ଆଗକୁ ଆବଶ୍ୟକତା ଅନୁଯାୟୀ ଆହୁରି ଟଙ୍କା ମଧ୍ୟ ଆସିବ ବୋଲି ବରିଷ୍ଠ ଅଧିକାରୀ ମାନେ ସୂଚନା ପ୍ରଦାନ କରିଛନ୍ତି ତାସହିତ ଅଳ୍ପ କିଛିଦିନ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆହୁରି ୫୦୦ କୋଟିରୁ ଉର୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଆସିବାର ଅଛି ବୋଲି ସୂଚନା ମିଳିଛି |

ତାସହିତ ବିଗତ ଦିନରୁ କୋରାପୁଟ ର “ଦେଓମାଳୀ” ଭଳି ଶିମିଳିପାଳ ସମେତ ମୟୁରଭଞ୍ଜରେ ଥିବା ଅସରନ୍ତି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ନେଇ କେନ୍ଦ୍ରୀୟ “ସ୍ବଦେଶ ଦର୍ଶନ ୨.୦” ଯୋଜନାରେ ସାମିଲ କରିବାକୁ ଭାରତବର୍ଷର ମହାମହିମ ରାଷ୍ଟ୍ରପତି ମହୋଦୟା ଙ୍କୁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା “X” ଯୋଗେ ଅନୁରୋଧ କରିଥିଲେ ପୁଣି ଆଜି ମଧ୍ୟ ସେ ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପକୁ ବଢେଇବା ପାଇଁ ପୂର୍ବରୁ ଆସିଥିବା ଅର୍ଥର ସଠିକ ଉପଯୋଗ ସହ ଭବିଷ୍ୟତରେ ଉକ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ଓ କୋରାପୁଟର “ଦେଓମାଳୀ” ଭଳି ମୟୁରଭଞ୍ଜକୁ କେନ୍ଦ୍ରୀୟ “ସ୍ବଦେଶ ଦର୍ଶନ ୨.୦” ଯୋଜନାରେ ସାମିଲ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଏବଂ ରାଜ୍ୟ ପର୍ଯ୍ୟଟନ ଦାଇତ୍ୱ ରେ ଥିବା ଉପ ମୁଖ୍ୟମନ୍ତ୍ରୀ ମହୋଦୟା ଙ୍କୁ “X” ଯୋଗେ ଅନୁରୋଧ କରିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |

Img 20240915 Wa0182