କର୍ପୋରେଟ ସପକ୍ଷବାଦୀ ବଜେଟ : ସିପିଆଇ ଜିଲ୍ଲା ସମ୍ପାଦକ

ରାଜ୍ୟ

ବାରିପଦା: ଚଳିତ କେନ୍ଦ୍ର ବଜେଟରେ ଶ୍ରମିକ ଓ କୃଷକମାନଙ୍କୁ ସମ୍ପୁର୍ଣ୍ଣ ଅଣଦେଖା କରାଯାଇଛି। ସରକାର ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ଉପରେ ପ୍ରାଧାନ୍ୟ ଦେବାସହ ଜନମଙ୍ଗଳକାରୀ ସରକାରୀ ବ୍ୟବସ୍ଥାରୁ ଓହରି ଯିବେ ବୋଲି ଅର୍ଥ ମନ୍ତ୍ରୀଙ୍କ easy of doing business ର ଘୋଷଣା ନିମ୍ନ ମଧ୍ୟବିତ୍ତ ଓ ପ୍ରାନ୍ତିକ ବର୍ଗ ପାଇଁ ଦୁର୍ଦ୍ଦଶା ଆଣିବ। ପ୍ରକଳ୍ପ ଶ୍ରମିକଙ୍କୁ ଶ୍ରମିକ ଭାବେ ଘୋଷଣା ନ କରିବା ଦୁର୍ଭାଗ୍ୟଜନକ। କୃଷକର କୋୖଣସି ଦାବି ମଧ୍ୟ ପୂରଣ କରାଯାଇନାହିଁ। କର୍ପୋରେଟ ମାନଙ୍କୁ ପୂର୍ବ ଭଳି କରରେ ରିହାତି ଦିଆଯାଇଛି। ପେନସନ ଓ ବିଦ୍ୟୁତ କ୍ଷେତ୍ରର ସଂସ୍କାର କରି ଘରୋଇ କ୍ଷେତ୍ରକୁ ଟେକି ଦେବାର ବ୍ୟବସ୍ଥା ଜନସ୍ବାର୍ଥ ବିରୋଧୀ। ଦରବୃଦ୍ଧି ଓ ବେକାରୀ ସମସ୍ୟାର ନିରାକରଣ ପାଇଁ ବଜେଟରେ କୋୖଣସି ବ୍ୟବସ୍ଥା ନାହିଁ। ସାମଗ୍ରିକ ଭାବେ ଏହି ବଜେଟ୍ ଶ୍ରମିକ, କୃଷକ ବିରୋଧି। ଭାରତୀୟ ଅର୍ଥ ବ୍ୟବସ୍ଥା ମଧ୍ୟରେ କ୍ରମ ବର୍ଦ୍ଧିଷ୍ଣୁ ବେରୋଜଗାରୀ, ମୁଦ୍ରା ସ୍ଫିତି, ଭୟଙ୍କର ଆଞ୍ଚଳିକ ଅସମତା ସ୍ଥାନ ଦଖଲ କରିଥିବା ବେଳେ ଗ୍ରାମାଞ୍ଚଳରେ ବଞ୍ଚିବାର ରାହା ଦେଇଥିବା ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିକୁ ଅଣଦେଖା କରାଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି ଆଦି ଉପରେ ବିଶେଷ ଗୁରୁତ୍ୱ ନାହିଁ। ଏହି ୨୦୨୫-୨୬ କେନ୍ଦ୍ର ବଜେଟ ଦେଶୀ ବିଦେଶୀ ପୁଞ୍ଜିପତିକୁ ସୁହାଇବ, ସାଧାରଣ ମଣିଷର ସ୍ୱାର୍ଥକୁ ଅଣଦେଖା କରିବ ବୋଲି ସିପିଆଇ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ପ୍ରକାଶ କରିଛନ୍ତି l