Photo For The News Of Sports

ବ୍ଳକସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଗତ ୨୨ ତାରିଖରେ ଉଦ୍‌ଘାଟିତ ହୋଇଥିବା ବନ୍ତ ବ୍ଳକ ସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାର ଶେଷ ପର୍ଯ୍ୟାୟ କ୍ରୀଡ଼ା ଉକ୍ତ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କ୍ରୀଡ଼ା ସଂପାଦକ ମନୋଜ ଶଂଖୁଆଙ୍କ ନେତୃତ୍ୱରେ ହାଇସ୍କୁଲ ପ୍ରଧାନଶିକ୍ଷକ ଶରତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆଥେଲେଟିକର ୧୦୦,୨୦୦,୪୦୦ ତଥା ୮୦୦ ମି.ଦୌଡ଼,ସଟ୍‌ଫୁଟ ଡ଼ିସ୍‌କସ୍‌,ଖୋଖୋ,ଲଙ୍ଗଜମ୍ପ ଓ ହାଇଜମ୍ପ ଆଦି ପ୍ରତିଯୋଗିତା୧୫ ବର୍ଷ ଓ ୧୭ବର୍ଷରୁ କମ୍ ବୟସର ବାଳକ ଓ ବାଳିକାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୨୮୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଯଶୋବନ୍ତ ସିଂହ,ଶିଶିର ଶଂଖୁଆ,ବୀରଭଦ୍ର ପଣ୍ଡା,ଗଣେଶ ଦାସ,ଡ଼ଲିରାଣୀ ଦାସ,ଶମ୍ଭୁନାଥ ମହାନ୍ତି,ବଳଭଦ୍ର ଜେନା,ଉପମନ୍ୟୁ ଖୁଣ୍ଟିଆ, ଅଜୟ ନାୟକ, କୋଦଣ୍ଡଧର ସେଠୀ, ଜନ୍ମେଜୟ ନାୟକ ପ୍ରମୁଖ ଖେଳ ଶିକ୍ଷକମାନେ ବିଭିନ୍ନ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଉକ୍ତ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ଶନିବାର(ଆଜି)ଅନୁଷ୍ଠିତ ହେବାର ସୂଚନା ମିଳିଛି ।