Img 20240910 Wa0173

ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ;୯୩ ଟି ଅଭିଯୋଗ ପଂଜିକୃତ,୨ ଜଣଙ୍କୁ ସ୍ଵାସ୍ଥ୍ୟଗତ ଆର୍ଥିକ ସହାୟତା

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ପରିସରରେ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏ ଙ୍କ ଅଧ୍ୟକ୍ଷତାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା .ଏସ ସୁଶ୍ରୀ,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ., ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡାକ୍ତର ରବୀନ୍ଦ୍ର କୁମାର ମାରାଣ୍ଡି ଓ କରଞ୍ଜିଆ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବ୍ରତ କୁମାର,ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ବିଡ଼ିଓ , ତହସିଲଦାର, ପୌରପାଳିକା ଅଧିକାରୀ,ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ,ସମସ୍ତ ଲାଇନ ଡିପାର୍ଟମେଣ୍ଟର ବିଭାଗୀୟ ଅଧିକାରୀ ପ୍ରମୁଖ ଅଭିଯୋଗ ଶୁଣାଣୀରେ ସହାୟତା କରିଥିଲେ ।

ଆଜିର ଅଭିଯୋଗ ଶୁଣାଣୀରେ ମୋଟ ୯୩ ଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୭୭ ଗୋଟି ବ୍ୟକ୍ତିଗତ ଏବଂ ୧୬ ଗୋଟି ସାମୁହିକ ଅଭିଯୋଗ ଥିଲା । ଏଥିମଧ୍ୟରୁ ସ୍ଵାସ୍ଥ୍ୟଗତ ସହାୟତା ପାଇଁ ଆସିଥିବା ୨ ଟି ଆବେଦନକୁ ଗ୍ରହଣ କରି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫୦୦୦ ଟଙ୍କା ଲେଖାଏଁ ଦୁଇଜଣଙ୍କୁ ୧୦,୦୦୦ ଟଙ୍କା ତତ୍କାଳ ମଂଞ୍ଜୁର କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପାରିବାରିକ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହୀନ ପଟ୍ଟା, ରାସନ୍ କାର୍ଡ ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ଆବେଦନ ଆଦି ଦରଖାସ୍ତ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଗ୍ରାମ୍ୟ ସମସ୍ୟା,ନୂତନ ରାଜସ୍ବ ଗ୍ରାମ ଘୋଷଣା,,ଗ୍ରାମରୁ ପଡ଼ାକୁ ରାସ୍ତା,ଜଳ ନିଷ୍କାସନ,ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ମରାମତି, ସରକାରୀ ରାସ୍ତା ଅବରୋଧ ହଟାଇବା, ଜଗନ୍ନାଥ ମନ୍ଦିର ସମ୍ପତ୍ତି ସୁରକ୍ଷା, ସରକାରୀ ଜମି ସୁରକ୍ଷା ଓ ବେଆଇନ ଅବରୋଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଭିଯୋଗ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।