Bridge 1

ବାହ୍ୟ ଜଗତରୁ ମାଲକାନଗିରି ବିଛିନ୍ନ, ଭାଙ୍ଗିଲା ପିଲିଗାଡା ବ୍ରିଜ

State

ମାଲକାନଗିରି : ବାହ୍ୟ ଜଗତରୁ ମାଲକାନଗିରି ବିଛିନ୍ନ । ଭାଙ୍ଗିଲା ପିଲିଗାଡା ବ୍ରିଜ । ଆନ୍ଧ୍ର ,ତେଲେଙ୍ଗାନା ଏବଂ ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ । ଦୁଇ ଦିନ ଧରି ଲାଗି ରହିଥିବା ବର୍ଷାରେ ଭାଙ୍ଗିଲା ପିଲିଗଡା ଠାରେ ଥିବା ବ୍ରିଜ ।  ଓଡିଶାରୁ ଆନ୍ଧ୍ର କୁ ଯୋଗାଯୋଗ କରୁଥିବା ପିଲିଗଡା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ ଭାଙ୍ଗି ଯାଇଛି । ଗତକାଲି ରାତିରୁ ବ୍ରିଜ ଉପରେ ତିନି ଫୁଟ ଉଚ୍ଚର ପାଣି ଚାଲିଥିଲା । ପ୍ରବଳ ପାଣିରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ ଧୋଇ ଯାଇଛି । ପାର୍ଶ୍ୱରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ଥାର ଏକ ଜେସିବି, ରୋଡ଼ ରୋଲର ଭାସି ଯାଇଛି ।