Img 20240908 Wa0198

ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଅକ୍ଟୋବର ୫ ରୁ

State

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆସନ୍ତା ଅକ୍ଟୋବର ମାସ ୫ ତାରିଖରୁ ରୂପାନ୍ତର ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ମହୋତ୍ସବରେ ରୂପାନ୍ତରର ନିଜସ୍ୱ ନାଟକ “ଦୁର୍ଘଟଣା” ୫ ତାରିଖ ଦିନ ମଞ୍ଚସ୍ଥ ହେବ ବୋଲି ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ରନାଥ ସାହୁ ଜଣାଇଛନ୍ତି I ଇତିମଧ୍ୟରେ ନାଟକର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ନାଟକର ରଚନା ଓ ନିର୍ଦ୍ଦେଶନା ପରେଶ ସାହୁ (ଖୁଦି ଭାଇ) ଦେଉଥିବାବେଳେ ଅଭିନୟରେ ପ୍ରସନ୍ନ ମହାନ୍ତି, ପରେଶ ସାହୁ, ସତ୍ୟନାରାୟଣ ଦାସ, ଜ୍ଞାନ ରଞ୍ଜନ ପଣ୍ଡା, ସୋମନାଥ ସିଂହ, ସପନ ପଣ୍ଡା, ଦିନେଶ ସାହୁ, ଶୁଭେନ୍ଦୁ ସାହୁ, ନାରାୟଣ ମଣ୍ଡଳ, ଜ୍ୟୋତି ପଟ୍ଟନାୟକ ଓ ପଦ୍ମିନୀ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି I ସଂସ୍ଥାର ଉପାଧ୍ୟକ୍ଷ ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା ନାଟକ ମହୋତ୍ସବର ସଫଳତା କାମନା କରିଛନ୍ତି I