Electric Shock

ବିଦ୍ୟୁତ୍ ଆଘାତରେ ନାବାଳକ ମୃତ

State

ଆଗରପଡ଼ା :ଗଣେଶ ପୂଜା ପାଇଁ ଟେଣ୍ଡ କାମରେ ଯାଇ ବିଦ୍ୟୁତ୍ ଆଘାତରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଗଣିଜାଙ୍ଗ ପଂଚାୟତ ବିନାୟକପୁର ଗ୍ରାମର ଦାମ ଘଡ଼ାଇଙ୍କ ପୁତ୍ର ଶ୍ରୀକାନ୍ତ(୧୬)ନିଜ ଗ୍ରାମରେ ଅନୁଷ୍ଠିତ ହେଉଥିବା ପୂଜା ପାଇଁ ସକାଳ ୧୦ଘଟିକା ସମୟରେ ଗଛରେ ଚଢି ଡ଼ାକବାଜି ଯନ୍ତ୍ର ବାନ୍ଧୁଥିବା ସମୟରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଉକ୍ତ ଖବର ପ୍ର୍ରସାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।