Img 20240906 Wa0169

ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

State
  • ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ : ଜିଲ୍ଲାପାଳ ମୟୂରଭଞ୍ଜ
  • ସୁଭଦ୍ରା ଯୋଜନାରେ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା; ଆବେଦନ ସମୟର କୌଣସି ଅବଧି ନାହିଁ: ଜିଲ୍ଲାପାଳ
  • କୌଣସି ବ୍ୟକ୍ତି ଏଥିପାଇଁ ଅର୍ଥରାଶି ମାଗନ୍ତି,ଜିଲ୍ଲା ପ୍ରଶାସନ ଏହି ପରିପ୍ରେକ୍ଷୀରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ: ଜିଲ୍ଲାପାଳ

ବାରିପଦା:  ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସାରା ରାଜ୍ୟରେ ସମର୍ପିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି I ଏଣୁ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ଓ ରୂପାୟନ ସମ୍ପର୍କିତ ବିଶଦ ସୂଚନା ସମସ୍ତ ଜନସାଧାରଣଙ୍କୁ ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଶୁକ୍ରବାର ଦିନ କଲେକ୍ଟରେଟସ୍ଥ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ଜରୁରୀକାଳୀନ) ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର) ଶ୍ରୀ ଦୌଲତ ଚନ୍ଦ୍ରକାର, ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ଶାନ୍ତନୁ ନାୟକ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସମେତ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ଗଣମାଧ୍ୟମକୁ ବାର୍ତ୍ତା ଦେଇ ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ: ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବାକୁଥିବା ହିତାଧିକାରୀଙ୍କ ବୟସ ୨୧ ବର୍ଷ ବା ତଦୁର୍ଦ୍ଧ୍ଵ ଏବଂ ୬୦ ବର୍ଷରୁ କମ ହେଉଥିବ । ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରତି ବର୍ଷରେ ୧୦ ହଜାର କରି ୫ ବର୍ଷରେ ପାଇବେ । ପ୍ରତି ବର୍ଷ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ ।

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର ଓ ଅଙ୍ଗନବାଡି ଦିଦିଙ୍କ ଠାରୁ ଗ୍ରହଣ କରିପାରିବେ I ଏହି ସମ୍ବନ୍ଧିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟର ସୁଭଦ୍ରା ସହାୟତା କେନ୍ଦ୍ରରେ ଯୋଗାଯୋଗ କରି ପାରିବେ I ଯୋଗ୍ୟ ହିତାଧିକାରୀମାନେ ନିଜ ଆଧାର କାର୍ଡ, ମୋବାଇଲ ନମ୍ବର ଓ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ର ସମସ୍ତ ଦରକାରୀ କାଗଜପତ୍ର ନେଇ ଚିହ୍ନଟ ହୋଇଥିବା ନିକଟସ୍ଥ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଠାରେ ନିଜ ନାମ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିପାରିବେ I

ନିଷ୍କ୍ରିୟ ଥିବା ଆଧାର କାର୍ଡ ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆମ ଜିଲ୍ଲାରେ ସର୍ବମୋଟ ୧୩୦ ଟି ଆଧାର କେନ୍ଦ୍ର ଚିହ୍ନଟ କରାଯାଇଛି I ଏଥି ନିମନ୍ତେ e-KYC ର ବ୍ୟବସ୍ଥା ଅଛି (OTP based, Fingerprint/Bio-metric, Iris, Face Authentication) I ଇତି ମଧ୍ୟରୁ କୌଣସି ଏକ e-KYC ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିବେ I ଏହି ସମୟରେ ହିତାଧିକାରୀମାନେ ନିଜେ ଉପସ୍ଥିତ ରହିବାକୁ ସୂଚାଇ ଦିଆଯାଉଛି I ହିତାଧିକାରୀଙ୍କ ଅନୁପସ୍ଥିତିରେ କୌଣସି ପ୍ରାମାଣିକରଣ କରାଯିବ ନାହିଁ I

ଜନ ସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ I ସେଠାରେ ଏହାର ଡିଜିଟାଇଜେସନ ହେବ ଓ ଆବେଦନକାରୀମାନଙ୍କୁ ଫର୍ମ ଦାଖଲର ପ୍ରମାଣ ସ୍ୱୀକୃତିର ପ୍ରିଣ୍ଟ ମିଳିବ । ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ନିଷ୍କ୍ରିୟ ଥିବା ଆଧାର କାର୍ଡ ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆମ ଜିଲ୍ଲାରେ ସର୍ବମୋଟ ଟି ଆଧାର କେନ୍ଦ୍ର ଚିହ୍ନଟ କରାଯାଇଛି I ଏହି ପରିବର୍ତ୍ତନ ନିମନ୍ତେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ Biometric updation ପାଇଁ ୧୦୦/- ଟଙ୍କା ଓ demographic updation ପାଇଁ ୫୦/- ଟଙ୍କା ଧାର୍ଯ୍ୟ କରାଯାଇଛି I ଏହା ବ୍ୟତୀତ ଅନ୍ୟ କୌଣସି ସ୍ତରରେ ଦେୟ ପ୍ରଦାନ କରାଯିବ ନାହିଁ I ଯଦି କୌଣସି ବ୍ୟକ୍ତି ଏଥିପାଇଁ କୌଣସି ଅର୍ଥରାଶି/ଦେୟ ମାଗନ୍ତି, ସେ ବିଷୟରେ ଖବର ଦେଲେ, ଜିଲ୍ଲା ପ୍ରଶାସନ ଏହି ପରିପ୍ରେକ୍ଷୀରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ I

ଦୟାକରି ଏହି ବାର୍ତ୍ତା ସମସ୍ତଙ୍କୁ ଜଣାନ୍ତୁ କି ଜନ ସେବା କେନ୍ଦ୍ର (CSCs) ଏବଂ ମୋ ସେବା କେନ୍ଦ୍ରରେ ‘ସୁଭଦ୍ରା’ ଫର୍ମ ଦାଖଲ କରିବା ପାଇଁ ଆଧାର ଏକ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ବା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକରଣ କରାଯାଇପାରିବ | ତେଣୁ, ‘ସୁଭଦ୍ରା’ ଫର୍ମ ଦାଖଲ ପାଇଁ ମୋବାଇଲ୍ ନମ୍ବରଗୁଡ଼ିକୁ ଆଧାର ସହିତ ଲିଙ୍କ୍ କରିବାକୁ ବ୍ୟସ୍ତ ହୋଇ ଗହଳି ନକରି ବିନା ଫୋନ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ କରି ଦାଖଲ କରନ୍ତୁ |

ଆସନ୍ତା ୭.୦୯.୨୦୨୪ ଦିନ ଆମ ଜିଲ୍ଲାରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଓଡିଶା ସରକାର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ବିଭାଗ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ମହୋଦୟ, ସୁଭଦ୍ରା ଯୋଜନାର ଜିଲ୍ଲା ସାରା ବ୍ୟାପକ ପ୍ରଚାର ପାଇଁ IEC (ସୂଚନା, ଶିକ୍ଷା ଓ ଯୋଗାଯୋଗ) କ୍ୟାମ୍ପେନ ରଥର ଉଦ୍ଘାଟନ କରିବାର ସୂଚନା ଅଛି

ହିତାଧିକାରୀ ମାନଙ୍କୁ ଶୃଙ୍ଖଳିତ ଭାବରେ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ଜନ ସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ପହଞ୍ଚି ନିଜ ନାମ ପଞ୍ଜିକୃତ କରିବା ପାଇଁ ପରାମର୍ଶ ଦିଆଯାଉଛି Iସୁଭଦ୍ରା ଯୋଜନା ଅନ୍ତର୍ଗତ ଆବେଦନ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ I ଏହା ଏକ ନିରନ୍ତର ପ୍ରକ୍ରିୟା । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଓ ଆବେଦନ ସମୟର କୌଣସି ଅବଧି ନାହିଁ । ଯଦି କୌଣସି ବ୍ୟକ୍ତି ଏଥିପାଇଁ କୌଣସି ଅର୍ଥରାଶି/ଦେୟ ମାଗନ୍ତି, ସେ ବିଷୟରେ ଖବର ଦେଲେ, ଜିଲ୍ଲା ପ୍ରଶାସନ ଏହି ପରିପ୍ରେକ୍ଷୀରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।