Img 20240906 Wa0244

କୁଡ଼ମୀସେନା ପକ୍ଷରୁ କଳା ଦିବସ ପାଳନ

State

ବାରିପଦା: ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ କୁଡୁମୀ ଜାତିକୁ ଆଦିବାସୀ ବର୍ଗ(ST)ରୁ ବାଦ୍ ଦେଇଥିବାରୁ କୁଡୁମୀ ଜାତି ପ୍ରତି ହେଇଥିବା ଐତିହାସିକ ଅନ୍ୟାୟ ପ୍ରତିବାଦ ରେ ଆଜି କୁଡ଼ମୀସେନା ପକ୍ଷରୁ କଳା ଦିବସ ପାଳନ କରାଯାଇଅଛି l କୁଡୁମୀ ସେନା ର ପ୍ରତିଷ୍ଠାତା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ଆହ୍ବାନ କ୍ରମେ ମୟୁରଭଞ୍ଜ ଜିଲ୍ଲା ସମେତ ଓଡ଼ିଶାରେ ବସବାସ କରୁଥିବା ୧୦ଟି ଜିଲ୍ଲାର କୁଡ଼ମୀ ସଦସ୍ୟମାନେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଏକତ୍ରିତ ହୋଇ କଳା ଦିବସ ପାଳନ କରିଛନ୍ତି l ମୟୁରଭଞ୍ଜ ଜ଼ିଲ୍ଲା ସଦର ମହକୁମା ବାରିପଦା ସହର ମଧ୍ୟ ରେ ଥିବା ଷ୍ଟାଡ଼ିୟମ ପଡିଆ ଠାରୁ ବ୍ଲକରୁ କୁଡୁମୀ ସେନା ସଦସ୍ୟ ମାନେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବାଲେଶ୍ୱର ଗୋଲେଇରୁ ବିଜୁପଟନାୟକ ଗୋଲେଇ ମଧ୍ୟ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ପହଁଞ୍ଚି ବିଭିର୍ଣ୍ଣ ସ୍ଲୋଗାନ ଦେବା ସହ ସମସ୍ତେ କଳା ପଟି ପିନ୍ଧି କଳା ଦିବସ ପାଳନ କରିଛନ୍ତି l ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି କଳା ଦିବସ ରେ କୁଡୁମି ସେନାର ବିବେକନନ୍ଦ ମହାନ୍ତ,ଉପେନ୍ଦ୍ର ମହାନ୍ତ , ଜୟକୃଷ୍ଣ ମହାନ୍ତ , ସଞ୍ଜୟ ମହାନ୍ତ , ସୁବାଷ ମହାନ୍ତ , ଲକ୍ଷ୍ମୀଧର ମହାନ୍ତ ,ଡମ୍ବରୁଧର ମହାନ୍ତ , ସାଇରାମ ମହାନ୍ତ , ବିଶ୍ୱନାଥ ମହାନ୍ତ, ବୀରେନ୍ଦ୍ର ମହାନ୍ତ , କ୍ଷୀରୋଦ ମହାନ୍ତ , ଘନ ମହାନ୍ତ , ବିପିନ ମହାନ୍ତ , ଶିବାଜୀ ମହାନ୍ତ , କୁଡୁମି ମହିଳା ସେନାର ସୁଜାତା ମହାନ୍ତ , ସୁମନା ମହାନ୍ତ , ଅଷ୍ଟମୀ ମହାନ୍ତ , କବିତା ମହାନ୍ତ , ଦମୟନ୍ତୀ ମହାନ୍ତ , ଜୟନ୍ତୀ ମହାନ୍ତ , ଶକୁନ୍ତଳା ମହାନ୍ତ, ରୀନା ମହାନ୍ତ , କୁଡୁମି ବ ସେନାର ରବୀନ୍ଦ୍ର ମହାନ୍ତ , ବାଛୁ ମହାନ୍ତ , ଭଜୁ ମହାନ୍ତ, କୁଡୁମି ଛାତ୍ର ସେନାର ବରୁଣ କୁମାର ମହାନ୍ତ , ମନୋଜ ମହାନ୍ତ , ଗୌତମ ମହାନ୍ତ , ଜୟଦେବ ମହାନ୍ତ , ଲିପୁନ ମହାନ୍ତ , ସିପୁନ ମହାନ୍ତ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଗାମୀ ଦିନରେ କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ପାଇଁ ଆନ୍ଦୋଳନ କୁ ପଲ୍ଲୀ ରୁ ଦିଲ୍ଲୀ ଜରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି l