Meb

ଓଡ଼ିଶାରେ ବିଜେପିର ସଦସ୍ୟତା ଗ୍ରହଣ ସମାରୋହ

State

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ – ୨୦୨୪ ଆରମ୍ଭ ହୋଇଛି। ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳର ସଦସ୍ୟତା ଗ୍ରହଣ କରିଚନ୍ତି । ମଞ୍ଚରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଉପମୁଖ୍ୟାମନ୍ତ୍ରୀ କେଭି ସିଂଦେଓ, ପ୍ରଭାରି ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଧାୟକ ଏବଂ ସାଂସଦ ମାନେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ଓଡ଼ିଶା ଗଠନ କରି ପାରିବା ପାଇଁ ଆହ୍ଵାନ ଦେଇଛନ୍ତି ।  ବିଜେପିରେ ଏକ କୋଟି ଲୋକଙ୍କୁ ଯୋଡିବାକୁ କାର୍ଯ୍ୟକର୍ତ୍ତାକୁ ଲୋକଙ୍କ ପାଖକୁ ଯିବାକୁ କହିଛନ୍ତି।

ଘର ଘର ବୁଲିବା । ଯେଉଁମାନେ ଭୋଟ ଦେଇଛନ୍ତି, ତାଙ୍କୁ ଦଳରେ ସାମିଲ କରିବା । ଲୋକ ସମ୍ପର୍କ ଯୋଡି ବିଜେପିରେ ସାମିଲ କରିବା । ବିଜେଡିରେ ଥାଅନ୍ତୁ କି କଂଗ୍ରସ ଥାଆନ୍ତୁ । ତାକୁ ବିଜେପିରେ ସାମିଲ କରିବା ପାଇଁ ଚେଷ୍ଟା କରିବା । ବିଜେପି ଜାତୀୟତା ବାଦରେ ବିଶ୍ୱାସ କରୁଥିବା ଦଳ ।  ଏ ଦଳ ସାଧାରଣ ଲୋକଙ୍କ ଦଳ ।

ଆମେ ଗର୍ବିତ ଯେ ଦଳରେ ସଦସ୍ୟ ଥିଲୁ। ପୁଣି ସଦସ୍ୟ ହେବୁ ।  ୧୮ କୋଟି ସଦସ୍ୟ ବିଶିଷ୍ଟ ଦଳ ହେଇ ସାରିଛି । ୪୨ ଲକ୍ଷ ସଦସ୍ୟ କଲେ ସରକାର ହେଲା । ଜୟ ପରାଜୟ ଆମ ପାଇ ବଡ ନୁହେଁ । ସଂଗଠନ ଆମ ପାଇ ବଡ। ସରକାର ଆଉ ସଙ୍ଗଠନକୁ ଯୋଡ଼ି ରଖିବା।

୧୮ ବର୍ଷରୁ ଅଧିକ ହୋଇଥିଲେ ବିଜେପିରେ ସାମିଲ ହୋଇ ପାରିବେ । ଉଭୟ ଅନ ଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟ ହୋଇପାରିବେ । ନମୋ ଆପ୍ , କ୍ୟୁଆର କୋର୍ଡ ସହିତ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ସଦସ୍ୟତା ଅଭିଯାନକୁ ସଫଳ କରିବେ ।

ବିଜେପିର ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ । ଏହି ଅଭିଯାନରେ ସମାଜର ସବୁବର୍ଗର ଓ ସବୁସ୍ତରର ଲୋକ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଓ ଅକ୍ଟୋବର ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।