Eee

ରାଜଧାନୀରୁ ବଡ଼ ବାଇକ ଚୋରି ରାକେଟ ଠାବ, ୩୧ ଚୋରି ବାଇକ୍ ଜବତ

State

ଭୁବନେଶ୍ୱର : ରାଜଧାନୀରୁ ବଡ଼ ବାଇକ ଚୋରି ରାକେଟ ଠାବ  । ପାଖାପାଖି ୩୧ଟି ଚୋରି ବାଇକ୍ ଜବତ କଲା କମିସନରେଟ ପୋଲିସ । ବାଇକ୍ ଚୋରି ଗ୍ୟାଙ୍ଗର ୬ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କଲା ବଡଗଡ ଥାନା ପୋଲିସ । ଚୋରି ବାଇକ୍ କିଣୁଥିବା ୨ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି  । ରାଜଧାନୀର ବିଭିନ୍ନ ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ ଇତ୍ୟାଦି ସାମ୍ନାରୁ ଏହି ଗ୍ୟାଙ୍ଗ ବାଇକ୍ ଚୋରି କରି ନେଉଥିଲେ ।  କୋଣାର୍କ ଅଞ୍ଚଳରୁ ଗୋଟିଏ ବାଇକରେ ତିନି ଜଣ ଆସୁଥିଲେ । ଚୋରି କରି ଜଣେ ଗୋଟିଏ ବାଇକ୍ ନେଇ ଯାଇଥିଲେ । ସମସ୍ତେ ଜେଲ ଫେରନ୍ତା। ଚୋରି ଟଙ୍କାରେ କରୁଥିଲେ ନିଶା । ପୋଲିସକୁ ବାଟବଣା କରିବାକୁ ଯାଇ ନିଶା ନିବାରଣ କେନ୍ଦ୍ରରେ ପଞ୍ଜିକରଣ କରୁଥିଲେ । ଏହା ସହ ଚୋରି ଟଙ୍କା ସଞ୍ଚୟ କରି ସେହି ଟଙ୍କାରେ ଜାମିନରେ ଆସୁଥିଲେ ।