Photo For The News Of Dhaniojha School Annual Function

ଧନିିଓଝା ଉ.ପ୍ରା ବିଦ୍ୟାଳୟର ବାର୍ଷିକତ୍ସୋବ

State

ଆଗରପଡ଼ା :ବନ୍ତ ପଞ୍ଚାୟତ ଅଧିନସ୍ଥ ଧନିଓଝା ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସନାତନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉତ୍ସବରେ ଅତିଥିଭାବେ ବ୍ଲକ ଶିକ୍ଷାସଂଯୋଜକ ହରେକୃଷ୍ଣ ଆପଟ,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା,ପ୍ରାକ୍ତନ ଏବିଇଓ ନିଗମାନଂଦ ମିଶ୍ର,ଶିକ୍ଷାବିତ୍ ହରିହର ପାଣିଗ୍ରାହୀ, ସମିତି ସଭ୍ୟ ପରମେଶ୍ୱର ବାରିକ,ସିଆରସିସି ଅଶୋକ ଦାସ, ପ୍ରାକ୍ତନ ସିଆରସିସି ଶୁକାନ୍ତ କୁମାର ବେହେରା,ଶିକ୍ଷାବିତ୍ ନରେନ୍ଦ୍ର କୁମାର ସାହୁ, ଶିକ୍ଷା କମିଟି ସଭାପତି ନିରାକାର ଜେନା ପ୍ରମୁଖ ବକ୍ତବ୍ୟ ରଖି ଥିଲେ । ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ କଳା ଶିକ୍ଷକ ତାପସ ସ୍ୱାଇଁ ,ବାର୍ଷିକ ବିବରଣୀ ପାଠ ଶିକ୍ଷୟିତ୍ରୀ ପ୍ରତିଭା ରାୟ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ତାପସ ବେହେରା । ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ ସଂଗୀତ ପରିବେଷଣ ସହ ଚଳିତବର୍ଷ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲକରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହାକୁ ସହଯୋଗ କରିଥିଲେ ଶିକ୍ଷକ ବିଭୁତି ଧଳ,ତାପସ ବେହେରା,ପଙ୍କଜ ଦାସଙ୍କ ସହ ଅବିଭାବକ ଓ ଅବିଭାବିକା ମାନେ ।