Koraput 3

ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

State

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବଡ ଅଘଟଣ ଘଟିଛି । ମାତୃ ଓ ଶିଶୁ ବିଭାଗ SNCUରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଥିବା ସନ୍ଦେହ କରାଯାଉଛି ।  ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି ।  ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବିଭାଗରେ ଥିବା ସମସ୍ତ ନବଜାତ ଶିଶୁ ଓ ମା’ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳିଛି ।