Onn 3

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଆହାତ

Crime State

 

tigi

ଆଠଗଡ଼: ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ଗୋଷ୍ଠୀ ପକ୍ଷରୁ ୬ ଜଣ ଆହାତ ହୋଇଥିବା ସୂଚନା ରହିଛି। ସମସ୍ତ ଆହାତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଦୁଇ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଗତକାଲି ଗତକାଲି ମହାନଦୀ ବନ୍ଧ ଉପରେ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଟାକଟା ହୋଇଥିଲା ଓ ପରେ ବିଳମ୍ବିତ ରାତିରେ ଉଭୟ ଗୋଷ୍ଠଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ପକ୍ଷରୁ ଭୁଜାଲି, ରଡ, ଠେଙ୍ଗା ଦ୍ବାରା ଉଭୟଙ୍କୁ ଆକ୍ରମଣ କରିଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗ୍ରାମରେ ଉତ୍ତେଜନା ଲାଗି ରହି ଥିବାରୁ ପୋଲିସ୍ ମୁତୟନ କରାଯାଇଛି ।