Onn 3

ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ଅହେତୁକ ବିଳମ୍ବ, ପ୍ରତିବାଦନେଇ ଗ୍ରାମବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଳକ ଅଧିନସ୍ଥ ଓଡ଼ଙ୍ଗ ପଂଚାୟତର ବୋଡ଼କପାଟଣା ଠାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଚିଠିନଂ୬୩୦୫/୨୯.୦୫.୨୪ ଅନୁସାରେ ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ଇତି ମଧ୍ୟରେ ୩ମାସ ବିତିବାକୁ ବସିଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଯାହା ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଗ୍ରାମବାସୀ କାର୍ଯ୍ୟ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର କୌଣସି ଚାପର ବସବର୍ତ୍ତୀ ହୋଇଥିବାର ଅନୁମାନ କରିବା ସହିତ ମୁଖ୍ୟମନ୍ତ୍ରୀ ଯଥାଶିଘ୍ର ଏହାର ତଦାରଖ କରି ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ପଦକ୍ଷେପ ନେବାପାଇଁ ଗ୍ରାମର ଅଭୟ ସ୍ୱାଇଁ,ରାଜକିଶୋର ସ୍ୱାଇଁ, ଲକ୍ଷ୍ମିଧର ଲେଙ୍କା,ଦୁର୍ଯ୍ୟୋଧନ ପତି,ପର୍ଶୁରାମ ରାଉତ,ଅଲେଖ ବାରିକ,ସଂଜୟ ପାଳ,ନୃସିଂହଚରଣ ଦାସ,ରାଜୀବଲୋଚନ ଜେନା,ପ୍ରକାଶ ଚନ୍ଦ୍ର ଜେନା,ରାଜକିଶୋର ରାଉତ,ଶରତଚନ୍ଦ୍ର ବାରିକ,ହୃଦାନନ୍ଦ ରାଉତ,ଭ୍ରମରବର ଓଝା,ରମେଶଚନ୍ଦ୍ର ରାଉତ,ନାରାୟଣ ପତି,ସଂଜୟ ତ୍ରିପାଠୀ,ହେମନ୍ତ ସ୍ୱାଇଁ, ରଘୁନାଥ ଓଝା,ରବିନ୍ଦ୍ର ମଣ୍ଡଳ,ଆଶିଷ ବାରିକ ପ୍ରମୁ୍‌ଖ ପତ୍ର ମୀଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିବାର ଜଣାପଡ଼ିଛି । ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆସନ୍ତା ୨୮ ତାରିଖରେ ଭଦ୍ରକ-ଆଗରପଡ଼ା ପୂର୍ତ୍ତବିଭାଗ ରାସ୍ତାର ଜାମବଣି ଛକରେ ସମଗ୍ର ଗ୍ରାମବାସୀ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି ସୂଚନା ପ୍ରଦାନ କରିଥିବାର ଜଣାପଡ଼ିଛି ।