Img 20240824 Wa0242

ବିଶିଷ୍ଟ ସର୍ବଦୟ ନେତା ପ୍ରଶାନ୍ତ ମହାନ୍ତି ଙ୍କ ୮୪ ତମ ଜୟନ୍ତୀ ପାଳିତ

State

ବାରିପଦା: ବିଶିଷ୍ଟ ସର୍ବୋଦୟ ନେତା ସ୍ୱର୍ଗତଃ ପ୍ରଶାନ୍ତ ମହାନ୍ତିଙ୍କ 84 ତମ ଜୟନ୍ତୀ ଉତ୍ସବ ମୟୁରଭଞ୍ଜ କଲେଜ ଅଫ ଏକାଉଟେନସି ଏଣ୍ଡ ମେନେଜ ମେଣ୍ଟ ଏବଂ ଓଡ଼ିଆ ଜାଗରଣ ମଞ୍ଚର ମିଳିତ ଆନୁକୂଲ୍ୟରେ ମହାରାଜପୁର ସ୍ଥିତ ଏମସିଏଏମ କଲେଜ ପରିସର ରେ ପାଳିତ ହୋଇ ଯାଇଛି. ସାମ୍ବାଦିକ ଦୀପକ କୁମାର ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ମୟୁରଭଞ୍ଜ କଲେଜ ଅଫ ଏକାଉଟେନସି ଏଣ୍ଡ ମେନେଜ ମେଣ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ମୟୁରଭଞ୍ଜ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷା ସଙ୍ଘମିତ୍ରା ରାଉତ, ଆସିଷ୍ଟାଣ୍ଡ ପ୍ରଫେସର କୀର୍ତ୍ତି କୌଶିକ ନାୟକ, ଆସିଷ୍ଟାଣ୍ଡ ପ୍ରଫେସର ସୁଜାତା ପାଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତଃ ମହାନ୍ତିଙ୍କର ସ୍ମୃତି ଚାରଣ କରି ସନ୍ଥ ବିନୋବାଙ୍କର ଭୁଦାନ ଆନ୍ଦୋଳନରେ ପ୍ରଶାନ୍ତ ମହାନ୍ତିଙ୍କର ତ୍ୟାଗପୁତ କର୍ମଧାରା ବିଷୟରେ ଆଲୋକପାତ କରିଥିଲେ. କାର୍ଯ୍ୟକ୍ରମରେ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତଃ ମହାନ୍ତିଙ୍କର ସ୍ମୃତିଚାରଣ କରିଥିଲେ |