Onn 3

ଚାକିରି ହରାଇବେ ରାଜସ୍ୱ ନିରୀକ୍ଷକ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଆର୍‌ଡ଼ିସି ସଚିବ

State

ଆଗରପଡ଼ା :ଜାଲ ଜାତି ପ୍ରମାଣପତ୍ରରେ ରାଜସ୍ୱ ନିରୀକ୍ଷକ ଚାକିରି କରୁଥିବା ଗଜେନ୍ଦ୍ର ଦାସ ନାମକ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆର୍‌ଡ଼ିସି ସଚିବ ନିର୍ଦ୍ଦେଶ ଦେଇଥିବା ଆର୍‌ଡ଼ିସି କାର୍ଯ୍ୟାଳୟ ଚିଠିରୁ ଜଣାପଡ଼ିଛି । ଗତ ବର୍ଷ ୨୦୨୨ ଜୁଲାଇ ମାସ ୧୦ ତାରିଖରେ “ଜାଲ୍ ଜାତି ପ୍ରମାଣପତ୍ର ଦେଇ ନିଯୁକ୍ତି;ଚାକିରି ହରାଇବେ ରାଜସ୍ୱ ନିରୀକ୍ଷକ!”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଭଦ୍ରକ ତହସିଲ ଅଧୀନରେ କାର୍ଯ୍ୟରତ ଜଣେ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ)ନିଯୁକ୍ତି ବେଳେ ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ପଦାକୁ ଆସିଥିଲା । ପରେ ସ୍ଥାନୀୟ ଜଗନ୍ନାଥପୁର ଅଂଚଳର ବିକାଶ କୁମାର ଧଳ ନାମକ ଯୁବକ ଏନେଇ ହାଇକୋର୍ଟରେ ଏକ ମାମଲା ଡ଼ବ୍ଲ୍ୟୁପି(ସି)-୨୬୦୧/୨୧)ରୁଜ୍ଜୁ କରିଥିଲେ । ହାଇକୋର୍ଟ ତାଙ୍କ ଆଦେଶରେ ଏହି ଘଟଣାରେ ଭଦ୍ରକ ଜିଲ୍ଲାପାଳ ବିଚାର କରି ୩ମାସ ମଧ୍ୟରେ ସମାଧାନ କରିବାକୁ ଆଦେଶ ଦେଇଥିଲେ । ପରେ ଜିଲ୍ଲାପାଳଙ୍କ କୋର୍ଟରେ ଏକ ମିସ୍ କେଶ(ନଂ-୧୩/୨୧)ଆଗତ ହୋଇଥିଲା । ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଚାନ୍ଦବାଲି ତହସିଲଦାର ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ଗଠିତ ଏକ ଯୁଗ୍ମ କମିଟି ଏହି ଜାଲ୍ ଜାତିଗତ ପ୍ରମାଣପତ୍ର ଘଟଣାର ଯାଂଚ ଆରମ୍ଭ କରିଥିଲେ । ସମ୍ପୃକ୍ତ ଆର୍‌ଆଇ ଗଜେନ୍ଦ୍ର ସାସଙ୍କ ଜାତିଗତ ପ୍ରମାଣପତ୍ର ଆଧାରରେ ତଦନ୍ତ କରିଥିଲୋ ।

ସୂଚନାଯୋଗ୍ୟ;୨୦୧୪ରେ ଗଜେନ୍ଦ୍ର ଦାସ ଏସ୍‌ଟି(ଆଦିବାସୀ)ବର୍ଗଙ୍କ ଲାଗି ସଂରକ୍ଷିତ ପଦବୀରେ ନିଯୁକ୍ତି ପାଇଥିଲେ । ତେବେ ବାସ୍ତବରେ ସେ ଏସ୍‌ସି(ତଫସିଲ ବର୍ଗ)ଜାତିର ଥିଲେ । ତଦନ୍ତ କାଳରେ ସ୍ପଷ୍ଟ ହେଲା ଯେ ,ଚାନ୍ଦବାଲି ତହସିଲ ଅଧୀନ ପାଟୁଳି ଗାଁର ବୃନ୍ଦାବନ ଦାସଙ୍କ ପୁତ୍ର ଗଜେନ୍ଦ୍ର ଦାସଙ୍କ ପ୍ରକୃତ ଜାତି ‘ନାଳୁଆ କେଳା’ଯାହାକି ଏସ୍‌ସି ବର୍ଗର । ତେବେ ଗଜେନ୍ଦ୍ରଙ୍କ ଜେଜେବାପା ଗିରିଶଚନ୍ଦ୍ର ଦାସଙ୍କ ନାମରେ ୨୦୦୩ରେ ଏକ ଜମି ପାଟୁଳିରେ କ୍ରୟ କରାଯାଇଥିଲା । ଯହିଁରେ ତାଙ୍କ ଜାତି ଶବର(ଏସ୍‌ଟି)ବୋଲି ଉଲ୍ଲେଖ ଥିଲା । ଏହି ଜମିପଟ୍ଟା ଆଧାରରେ ଚାନ୍ଦବାଲି ତଯସିଲଦାର ଗତ ୨୩.୦୩.୨୦୦୩ରେ ଏକ ଜାତି ପ୍ରମାଣପତ୍ର(ନଂ-୪୦୧/୨୦୦୩)ଗଜେନ୍ଦ୍ରଙ୍କୁ ଏସ୍‌ଟି(ଶବର)ବୋଲି ପ୍ରମାଣପତ୍ର ପ୍ରଦାନ କରିଥିଲେ । କିନ୍ତୁ ସାବିକ ରେକର୍ଡ଼ ଓ ସ୍ଥାନୀୟ ଅଂଚଳବାସୀଙ୍କ ବୟାନରୁ ସ୍ପଷ୍ଟ ହେଲା ଯେ,ତାଙ୍କ ପ୍ରକୃତ ଜାତି ଏସ୍‌ସି(ନାଳୁଆ କେଳା) । ହାଲ୍ ବନ୍ଦୋବସ୍ତଟି ଭୁଲ୍ ଅଟେ । ତେଣୁ ଜିଳ୍ଲାପାଳ ଏହି ଜାତି ପ୍ରମାଣପତ୍ରଟି ଜାଲ୍ ବୋଲି ଜାଣିବାକୁ ପାଇଥିଲେ । ପରେ ଏନେଇ ମାନ୍ୟବର କୋର୍ଟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ରିପୋର୍ଟ କରାଯାଇଥିଲା ।

ଅନ୍ୟପକ୍ଷେ ଏସଏଲଏସସି ଚେୟାରମ୍ୟାନ ତଥା ଆର୍‌ଡ଼ିସି(ସିଡ଼ି)ଙ୍କ ନିକଟକୁ ଗତ ୧୩.୬.୨୨ ତାରିଖରେ ଜିଳ୍ଲା ମଙ୍ଗଳ ଅଧିକାରୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପଠାଇଥିଲେ । ଆର୍‌ଡ଼ିସିଙ୍କ ଠାରୁ ନିର୍ଦ୍ଦେଶ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସମାଜ ମଙ୍ଗଳ ଅଧିକାରୀ ସୂଚନା ଦେଇଥିଲେ । ଏହି ସବୁ ତଥ୍ୟରୁ ଗଜେଦ୍ରଙ୍କ ଚାକିରି ହରାଇବା ନିଶ୍ଛିତ ବୋଲି ବିଭିନ୍ନ ଗଣମାଧ୍ୟମ ଆକଳନ କରିଥିଲା । ଶେଷରେ ଆର୍‌ଡ଼ିସି(ସିଡ଼ି) ସଚିବ ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ତଦନ୍ତକୁ ଭିତ୍ତି କରି ୧୯.୦୭.୨୦୨୦୪ରେ ଆର୍‌ଡ଼ିସି ତଥା ଏସଏଲଏସସି ଚେୟାରମ୍ୟାନଙ୍କ ଚେୟାରମ୍ୟାନସିପ୍‌ରେ ବସିଥିବା ବୈଠକରେ ଗଜେନ୍ଦ୍ରଙ୍କ ବିରୁଦ୍ଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୦୦୭/ଏସଏସଡ଼ି(ଆର୍‌ଡ଼ିସିକଟକ-ଏସଏସଡ଼ି-କେସ-୦୦୦୨-୨୦୨୨)/ତା.୧୬.୦୮.୨୪ରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ଡ଼ିଡବ୍ଲ୍ୟୁଓ ଓ ତହସିଲଦାର, ଭଦ୍ରକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।