D1437c94 Db99 4f24 A9ea C964d429b8a6

ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ପକ୍ଷରୁ ସ୍ମୃତିଚାରଣ ଓ ଆଲୋଚନାଚକ୍ର କାର୍ଯ୍ୟକ୍ରମ

State

ସାଲେପୁର : ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଓ ବିଜ୍ଞାନପ୍ରଚାର ସମିତି, ସାଲେପୁର ଶାଖା ଆନୁକୂଲ୍ୟରେ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଗତ ୨୦ ତାରିଖଦିନ ପିକୋଳସ୍ଥିତ ଟ୍ରଷ୍ଟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଦୁଇଟି ଅଧିବେଶନରେ ବିଭକ୍ତ  ଏହି  କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସଭାପତିତ୍ବ କରିଥିଲେ  ମେଜର ମଞ୍ଜୁଶ୍ରୀ ପତି ଓ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ପ୍ରକାଶକ ଶ୍ରୀଯୁକ୍ତ ନଳିନୀକାନ୍ତ ନନ୍ଦ |  ଏଥିରେ ବିଶିଷ୍ଟ ସମାଜସେବୀ ସ୍ବଗର୍ତ  ଗୋପୀନାଥ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ  ବିପିନ ବିହାରୀ କର, ଦ୍ବାରିକାନାଥ ସାହୁ ଓ ରତ୍ନପ୍ରଭା ବହାନ୍ତି |  ମୁଖ୍ୟ ଅତିଥି ଶ୍ରୀଯୁକ୍ତ  ନନ୍ଦଙ୍କ କରକମଳରେ ସୁକାନ୍ତ କିଶୋର ମହାନ୍ତିଙ୍କ ଦ୍ବାରା ଲିଖିତ ‘ରସାୟନ ବିଜ୍ଞାନବିଦ୍ ବିଚିତ୍ରାନନ୍ଦ’ ପୁସ୍ତକ ଉନ୍ମୋଚିତ ହୋଇଥିଲା | ରସାୟନବିଜ୍ଞାନବିଦ୍ ସ୍ବର୍ଗତ ବିଚିତ୍ରାନନ୍ଦ ନନ୍ଦଙ୍କ ସୁପୁତ୍ର ଶ୍ରୀଯୁକ୍ତ ନଳିନୀକାନ୍ତ ନନ୍ଦ ପୁସ୍ତକ ଉନ୍ମୋଚନ ପରେ ପୁସ୍ତକ ଉପରେ ବିଶେଷ ଆଲୋଚନା କରିଥିଲେ |

6a1483d4 1801 45b0 8016 Fd5326389a8a

ଏହି ଅବସରରରେ ଏସବି ପ୍ରକାଶନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନଳିନୀକାନ୍ତ ନନ୍ଦ ଏବଂ କ୍ରିଏଟିଭ ପ୍ରକାଶନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନିମାଇଁ ଚରଣ ଭୂୟାଁଙ୍କ ଦ୍ବାରା ଟ୍ରଷ୍ଟ ସଭାଗୃହରେ ତାରା-ଗୋପୀନାଥ ପାଠାଗାର ଉଦ୍‌ଘାଟିତ ହୋଇଥିଲା | ସୂଚନାଯୋଗ୍ୟରେ ସେମାନେ ୨୫୦ ଖଣ୍ଡରୁ ଉର୍ଦ୍ଧ୍ବ ପୁସ୍ତକ ପାଠଗାରକୁ ଦାନ କରିଥିଲେ | ବିଶିଷ୍ଟ ଅତିଥି ହରିହର ତ୍ରିପାଠୀ ପାଠାଗାର ସଂପର୍କରେ ସୂଚନା ଦେବା ସହ ପାଠାଗାରର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ | ସଭାପତିଙ୍କ ଅଭିଭାଷଣ ପରେ ବିଜ୍ଞାନପ୍ରଚାର ସମିତିର ସଂପାଦକ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ | ଏଥିସହ ପ୍ରଥମ ଅଧିବେଶର ସମାପ୍ତ ହୋଇଥିଲା |

D813a2f9 3c20 4866 B1d0 04ff2fd754a0
ଦ୍ବିତୟ ଅଧିବେଶନ ପ୍ରେଫସର ପୂର୍ଣ୍ଣଚନ୍ଦ୍ର ଓଝାଙ୍କ ସଭାପତିତ୍ବରେ ‘କୃଷିର ପ୍ରଗତିରେ କୃଷିବିଜ୍ଞାନୀଙ୍କ ଭୂମିକା’ ବିଷୟରେ ଆଲୋଚନାଚକ୍ରରେ ସାଲେପୁରର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ସଭାପତିଙ୍କ ପ୍ରାରମ୍ଭିକ ସୂଚନା ପରେ ଡ. ପ୍ରଭାତ କିଶୋର ନାୟକ, ଶ୍ରୀ ପ୍ରତାପ ଚନ୍ଦ୍ର ଜେନା, ମହେଶଚନ୍ଦ୍ର କର, ଡ. ଉମେଶଚନ୍ଦ୍ର ପତି ବିଷୟଟି ଉପରେ ଆଲୋକପାତ କରିବାପରେ ମୁଖ୍ୟ ଅତିଥି କୃଷି ଅଧକାରୀ ଶ୍ରୀଯୁକ୍ତ ଚାନ୍ଦ ସବୁଜ ବିପ୍ଳବ, କୃଷିବିଜ୍ଞାନୀ ଡଃ.ସ୍ବାମୀନାଥନ୍ ଓ ବର୍ତ୍ତମାନ କୃଷିର ପ୍ରଗତି ସଂପର୍କରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ | ଉପସ୍ଥିତ ସଭ୍ୟଙ୍କ ପ୍ରଶ୍ନୋତ୍ତର ପରେ ସଫଳ କୃଷିବିତ୍ ଶ୍ରୀଯୁକ୍ତ ଶାରଦାପ୍ରସାଦ ରଥ ନିଜର ଅଭିଜ୍ଞତା ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |

C7ab1965 A076 4a8d B22b 4ef203718c77
ଏହାସହ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ନିକଟସ୍ଥ ବଣହରା ଉଚ୍ଚ ବିଦ୍ୟାଳୟରେ ପ୍ରଫେସର ହରିହର ପଟ୍ଟନାୟକଙ୍କ ସ୍ମାରକୀ ବିଦ୍ୟାଳୟ କାର୍ଯ୍ୟକ୍ରମ ହାତକୁ ନେଇଥିଲା | ସମିତିର ସଭାପତି ମେଜର ମଞ୍ଜୁଶ୍ରୀ ପତି ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସଭ୍ୟ ଶ୍ରୀମତୀ ସୁଷମାରାଣୀ ଓଝା ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରିବା ସହ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପକାରିତା ତଥା ବିଜ୍ଞାନପ୍ରତି ଉତ୍ସାହୀ ହେବା ପାଇଁ ପ୍ରେରଣା ଦେଇଥିଲେ | ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟକେତନ ଷଡଙ୍ଗୀ ଓ ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ | ଭବିଷ୍ୟତରେ ଏହି କାର୍ଯ୍ୟକ୍ରମ ଅନ୍ୟସ୍ଥାନରେ କରିବା ପାଇଁ ପ୍ରସ୍ତବ ପାରିତ ହୋଇଥିଲା |
ସଭାରେ ଦିବାକର ପ୍ରଧାନ, ଅନନ୍ତଚରଣ ସାହୁ, ରାଜମୋହନ ଶତପଥି, ବିଜୟ କୁମାର ମହାନ୍ତି, ନିରଞ୍ଜନ ସାହୁ, କାମିନୀ ମହାନ୍ତି, ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସହ ପଚାଶରୁ ଉର୍ଦ୍ଧ୍ବ ସଭ୍ୟ ଉପସ୍ଥିତ ଥିଲେ |