Lightning

ବନ୍ତ ବ୍ଲକରେ ବଜ୍ରାଘାତରେ ୩ମୃତ ଓ ୨ଗୁରୁତର

State

ଆଗରପଡ଼ା :ବୁଧବାର ଅବରାହ୍ନ ସମୟରେ ବର୍ଷା ସହ ବଜ୍ରପାତ ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ୪ଜଣ ସମସ୍ତେ ବିଲରେ ଚାଷ କାର୍ଯ୍ୟ କରୁଥିବା ବେଳେ ଏହି ଅଘଟନ ଘଟିଥିଲା । ବନ୍ତ ବ୍ଲକ ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ପଂଚାୟତ ଅଧିନ ଭଗାରାମ ଗ୍ରାମର ଗୌରହରି ଦାସ(୫୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପିନାଥପୁର ପଂଚାୟତ ଅଧିନ ଗୋପିନାଥପୁର ଗ୍ରାମର ରମାକାନ୍ତ ସାହୁ(୪୦)ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଚିକିତ୍ସତ ହେଉଛନ୍ତି । ଅନୁରୂପ ଭାବେ ଖଇରା ବ୍ଲକ ବର୍ତ୍ତନା ପଂଚାୟତ ଅନ୍ତର୍ଗତ ପଦୁନା ଗ୍ରାମର ରାକେଶ ତିଆଡ଼ି(୩୫)ଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଚଂଚଳା ବାହାଲ(୪୮)ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଥିବାର ଆଗରପଡ଼ା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି ।

ସେହିପରି ଚାରିଗାଁ ପଂଚାୟତ ଅଧିନ ଚାରିଗାଁ ଗ୍ରାମର ଗଣେଷ ଜେନା(୫୨)ବିଲରୁ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।