Mama

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଭରିଲେ ମମତା ମହନ୍ତ

State

ଭୁବନେଶ୍ୱର : ନାମାଙ୍କନ ଭରିଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ। ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନୋମିନେସନ ଫାଇଲ କରିଛନ୍ତି । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପି ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ । ହେଲେ ଆବଶ୍ୟକତା ପଡିଲେ ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ।

ମୟୂରଭଞ୍ଜର କୁଡ଼ୁମୀ ସମ୍ପ୍ରଦାୟର ମମତା ମହାନ୍ତ। ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା। ହେଲେ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ଅଗଷ୍ଟ ୧ରେ ସେ ବିଜେପିରେ ମିଶିଥିଲେ। ତାଙ୍କର ୨୦ ମାସ କାର୍ଯ୍ୟକାଳ ଥିଲା । ବିଜେପିରେ ମିଶିବା ପରଠୁ ମମତାଙ୍କୁ ରାଜ୍ୟସଭା ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ସେପ୍ଟେମ୍ବର ୩ରେ ଦିନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ହେବ। ସେହିଦିନ ଭୋଟ ଗଣିତ ହୋଇ ଫଳାଫଳ ପ୍ରକାଶ ପାଇବ।