347r24f Preview

ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

National & International

ବେରୁତ: ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି। ଆଜି ସକାଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣରେ ୧୦ ଜଣ ସିରିଆ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ଆହତଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ। ଆହତଙ୍କ ଚିକିତ୍ସା କରାଯାଉଥିବା ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଅକ୍ଟୋବର ୮ ତାରିଖରେ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନ ଏବଂ ଇସ୍ରାଏଲ ସେନା ପରସ୍ପର ଉପରେ ଆକ୍ରମଣ କରିବା ପରଠାରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଲେବାନନର ନବାତାଇହ ପ୍ରଦେଶର ୱାଦି ଅଲ୍ କାଫୁରରେ ଏହି ଆକ୍ରମଣ ହୋଇଥିଲା । ଗାଜା ଉପତ୍ୟକାରେ ଅସ୍ତ୍ରବିରତି ନ ହେବା ପର୍ଯ୍ୟନ୍ତ ହିଜବୁଲ୍ଲା ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ଦୁଇ ସନ୍ତାନ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଅଭିଚାଇ ଆଦ୍ରି କହିଛନ୍ତି ଯେ ଦକ୍ଷିଣ ପ୍ରଦେଶରେ ଥିବା ହିଜବୁଲ୍ଲା ଅସ୍ତ୍ରଶସ୍ତ୍ର ଡିପୋକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା।