Mufti

ଦୋଛକିରେ ମେହେବୁବା ମୁଫତି.. ନିର୍ବାଚନ ଲଢିବେ ନା ନାହିଁ

National & International

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଅନେକ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏଥିରେ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ମଧ୍ୟ ସାମିଲ ଥିଲେ। ମୁକୁଳିବା ପରେ ଉଭୟ ଓମାର ଓ ମେହବୁବା ମୁଫତି ଜମ୍ମୁ-କଶ୍ମୀରକୁ ପୁଣି ଥରେ ରାଜ୍ୟ ରେ ପରିଣତ ନ କରିବା ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। କୌଣସି ବନ୍ଦ କୋଠରୀରେ ନୁହେଁ ବରଂ ଜନସାଧାରଣଙ୍କ ଆଗରେ ସେ ଏହି ଘୋଷଣା କରିଥିଲେ । ଅର୍ଥାତ୍ ଜନସାଧାରଣ ଏହି ନେତାମାନଙ୍କ କଥାର ସାକ୍ଷୀ ଥିଲେ। ଏବେ ଏହି ଜନଅଦାଲତରେ ପ୍ରବେଶ କରିବାର ସମୟ ଆସିଛି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି।
ଏବେ ଏହି ଘୋଷଣା ପାଇଁ ଦୋଛକିରେ ଫସିଯାଇଛନ୍ତି ମେହେବୁବା ଓ ଓମାର । ତେବେ ଓମାର ଅବଦୁଲ୍ଲା ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ସେ ନିର୍ବାଚନ ଲଢିବେ ନାହିଁ । କିନ୍ତୁ ତାଙ୍କ ପିତା ଅର୍ଥାତ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଏପରି ହେଲେ ଦଳର ଭୋଟ ପ୍ରତିଶତ ବିଶେଷ କମିବ ନାହିଁ । କିନ୍ତୁ ଏବେ ମେହେବୁବା କଣ କରିବେ ? ସେ ଯଦି ନିର୍ବାଚନ ଲଢୁଛନ୍ତି, ସେ ନିଜର ପ୍ରତିଜ୍ଞା ଭଙ୍ଗ କରିବେ । ଯଦି ନ ଲଢୁଛନ୍ତି ତେବେ ତାଙ୍କ ରାଜନୈତିକ କ୍ୟାରିୟର ବିପଦରେ ପଡ଼ିଯିବ ।