Nursing2

ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ, ୧୦ ଦଫା ଦାବୀରେ କାର୍ଯ୍ୟବନ୍ଦ

State

କଟକ : କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଲା ଓଡିଶା ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବୀ ପୁରଣ ନ ହେଲେ ୨୭ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛି ସଂଘ । ସେପଟେ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲରେ ଆଜିଠାରୁ ୨୦ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ।

୨୦ ତାରିଖ ପରେ ୩ ଦିନ ପ୍ରତୀକାତ୍ମକ ଆନ୍ଦୋଳନ ଏବଂ ୨୭ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି ।