Jhul

ଶ୍ରୀମନ୍ଦିରରେ ଆଜିଠୁ ୭ ଦିନ ଧରି ଚାଲିବ ଝୁଲଣ ଯାତ୍ରା

State

ପୁରୀ : ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ସହ ବାଡ଼ି ନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ । ଶ୍ରୀ ନୃସିଂହ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା କରିବେ। ଚାରି ଆଶ୍ରମ ବିଜେ କରି ନୀତି ସମାପନ କରିବେ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସ୍ଥିତ ଝୁଲଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ,ଲଷ୍ମୀ,ସରସ୍ୱତୀ ବିଜେ ହେବେ । ସେଠାରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଏହି ପ୍ରସିଦ୍ଧ ଝୁଲଣ ଯାତ୍ରା ୭ ଦିନ ଧରି ଚାଲିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ବିରାଜିତ ଶ୍ରୀନୃସିଂହ ମହାପ୍ରଭୁ ଆଜ୍ଞାମାଳ ପାଇଁ ବିମାନରେ ବିଜେ ହେବେ। ଏକ ପଟୁଆରରେ ଠାକୁର ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା କରିବେ ।

ତେବେ ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୁଏ । ଝୁଲଣ କୁଞ୍ଜରେ ଭିନ୍ନଭିନ୍ନ ପକ୍ଷୀ ବିରାଜମାନ କରିଥିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଶ୍ରୀ ଜଗନ୍ନାଥ ବଲ୍ଲବ ମଠ ସମେତ ଶ୍ରୀକ୍ଷେତ୍ରରେ ଥିବା ସହିତ ଅନେକ ଛୋଟ ବଡ଼ ମଠ ମାନଙ୍କରେ ଏହି ଝୁଲଣ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଏହି ଅବସରରେ ଭିବିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛନ୍ଦ ଓ ପୂରାତନ ଝୁଲଣର ରାସ ଗୀତ ପରିବେଷଣ ହୋଇଥାଏ ।