Img 20240812 Wa0225

ବାରିପଦାରେ ବିଶ୍ଵ ହସ୍ତୀ ଦିବସ ପାଳିତ

State

ମାନ୍ୟବର ରାଜ୍ୟ ମନ୍ତ୍ରୀ ଜଙ୍ଗଲ, ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ, ଇଂ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦିବସ ବ୍ୟାପି କାର୍ଯ୍ୟକ୍ରମରେ ଭାଗ ନେଲେ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବନ ପ୍ରଶାସନର ବନ ବିଭାଗ ଓ Save Elephant Foundation Trust ର ମିଳିତ ଅନୁକୁଲ୍ୟରେ ସଦର ମହକୁମା ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ପ୍ରୟାସ ହଲ ଠାରେ ସୋମବାର ଦିନ ବିଶ୍ଵ ହସ୍ତୀ ଦିବସ ପାଳନ ହୋଇଯାଇଛି । ମାନ୍ୟବର ରାଜ୍ୟ ମନ୍ତ୍ରୀ ଜଙ୍ଗଲ, ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ, ଇଂ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ବାରିପଦା ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସୋରେନ, ମାନ୍ୟବର ବିଧାୟିକା ବାଙ୍ଗିରିପୋଷି ସୁଶ୍ରୀ ସଞ୍ଜଳି ମୁର୍ମୁ ଏହି ଦିବସ ପାଳନରେ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମରେ ବନ୍ୟ ହାତୀମାନଙ୍କ ସୁରକ୍ଷା, ମନୁଷ୍ୟ ସହିତ ହାତୀ ମାନଙ୍କର ସମ୍ପର୍କ ଏବଂ ଏହାର ଯତ୍ନ ତଥା ଏମାନଙ୍କ ଖାଦ୍ୟପେୟ ଏହିପରି ବିଭିନ୍ନ ଦିଗରେ ହାତୀମାନଙ୍କ ସୁରକ୍ଷା ନେଇ ଆଲୋଚନା ତଥା ପର୍ଯ୍ୟାଲୋଚନା କରାଯାଇଛି । ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ହାତୀ-ମନୁଷ୍ୟ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଛି ତାହାକୁ କମାଇବା ପାଇଁ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ଏବଂ ଅଧିକରୁ ଅଧିକ ହାତୀ କରିଡର ନିର୍ମାଣ ପାଇଁ କାର୍ଯ୍ୟକାରୀ ଯୋଜନା ସବୁ ପ୍ରସ୍ତୁତ ହେଉଥିବା ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ ଏବଂ କଲେଜ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ କୃତି ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କର ଯାଇଥିବା ବେଳେ ଦିବଂଗତ ଫରେଷ୍ଟ ଗାର୍ଡ, ସ୍ୱର୍ଗତ ଚନ୍ଦ୍ର କାନ୍ତ ରାଉତଙ୍କ ପତ୍ନୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ Save Elephant Foundation Trust ପକ୍ଷରୁ ବନ୍ୟ ବିଭାଗ ଓ ହାତୀ ସୁରକ୍ଷାକୁ ନେଇ ବିଭିନ୍ନ ଡକୁମେଣ୍ଟାରୀ ଭିଡ଼ିଓ ପ୍ରଦର୍ଶନ ହୋଈଥିବେଳେ ସ୍କୁଲ ଛାତ୍ର ଛାତ୍ରୀମାନେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ Save Elephant Foundation Trust ପ୍ରତିଷ୍ଠାତା ତଥା ପୂର୍ବତନ IFS ଡଃ ଦେବବ୍ରତ ସ୍ୱାଇଁ, କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ଟାଇଗର ରିଜର୍ଭ, ଡଃ ପ୍ରକାଶ ଗୋଗିନେନି, ଉପ-ନିର୍ଦ୍ଦେଶକ, ଶିମିଳିପାଳ (ଦକ୍ଷିଣ), ଶ୍ରୀ ସମ୍ରାଟ ଗୌଡା, ଉପ-ନିର୍ଦ୍ଦେଶକ, ଶିମିଳିପାଳ (ଉତ୍ତର) ଶ୍ରୀ ସାଇ କିରଣ, ବିଭାଗୀୟ ଜଙ୍ଗଲ ଅଧିକାରୀ, ବାରିପଦା ଶ୍ରୀ ଉମା ମହେଶ, Save Elephant Foundation Trust ର ଟ୍ରଷ୍ଟି, ଶ୍ରୀ ଜିତଶତ୍ରୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ସହକାରୀ ବନ ସଂରକ୍ଷଣକାରୀ, ଶ୍ରୀ ରବି ନାରାୟଣ ମହାନ୍ତି ଓ ଶ୍ରୀ ଅରୁଣ ବିଶ୍ୱାଳ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ମଂଚ ପରିଚାଳନାରେ ସହାୟତା କରିଥିଲେ ।