Recent Photo 1691044408

ସବୁ ନଦୀର ସ୍ଥିତି ସ୍ବାଭାବିକ-, ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି-ସର୍ବୋଚ୍ଚ ଯନ୍ତ୍ରୀ

State

ଭୁବନେଶ୍ବର: ରାଜ୍ୟରେ ସବୁ ନଦୀର ସ୍ଥିତି ସ୍ବାଭାବିକ ରହିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୨ଫୁଟ ଉପରେ ରହିଛି। ମୁଣ୍ଡଳିରେ ସାଢ଼େ ୩ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ଯେତିକି ରଖାଯିବା କଥା ସେତିକି ଜଳ ରଖାଯିବ। ରେଙ୍ଗାଲି, ଅପରକୋଲାବ, ବାଲିମେଳା ଓ ମାଛକୁଣ୍ଡରେ ସ୍ଥିତି ଭଲ ରହିଛି। ଅପର ଇନ୍ଦ୍ରାବତୀ ଓ କାନୁପୁରରେ ବି ଗତବର୍ଷ ତୁଳନାରେ ସ୍ଥତି ଭଲ ଅଛି। ୪୭ଟି ମଧ୍ୟମ ଧରଣର ଜଳଭଣ୍ଡାରରୁ ୨୧ଟିରେ ୫୦%ରୁ କମ ଜଳସ୍ତର ରହିଛି। ତଥାପି ବନ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ସୂଚନା ଦେଇଛନ୍ତି।

ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି । ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍‌ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି । ସ୍ଥିତି ଦେଖି ଆଗକୁ ଅଧିକ ଗେଟ୍ ବନ୍ଦ କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ପ୍ରକାଶ କରିଛନ୍ତି।