Screenshot

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ ଆରଏସଏସ ମୁଖ୍ୟ ମୋହନ ଭଗବତ

State

ପୁରୀ: ଓଡ଼ିଶାରେ ପହଞ୍ଚିବାର ଗୋଟିଏ ଦିନ ପରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଶୁକ୍ରବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି।

ଏହା ପରେ ସେ ଗୋବର୍ଦ୍ଧନ ପୀଠରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବେ।

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ସହ ବିମଳା ମନ୍ଦିର,ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ସେ। ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତ ପାବନଙ୍କ ସାନିଧ୍ୟ ମଧ୍ୟ ନେଇଥିଲେ।

ବାଂଲାଦେଶ ରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଥିଲେ ବୋଲି କହିଛନ୍ତି ସେବାୟତ ।ରାଷ୍ଟ୍ରର ମଙ୍ଗଳ ତଥା ହିନ୍ଦୁ ମାନଙ୍କ ମଙ୍ଗଳ କାମନା କରି ସେ ମହାପ୍ରଭୁଙ୍କ ନିକଟରେ ମଧ୍ୟ ଦୀପଦାନ କରିଛନ୍ତି।

ପ୍ରାୟ ୪୫ ମିନିଟ୍ କାଳ ଶ୍ରୀମନ୍ଦିରରେ ରହିବା ସହ ରାଷ୍ଟ୍ର ମଙ୍ଗଳ କାମନା କରିଛନ୍ତି। ସେହିଭଳି ନୀଳଚକ୍ରରେ ତାଙ୍କ ନାମରେ ନେତ ମଧ୍ୟ ବନ୍ଧା ଯାଇଛି।

୫ ଦିନିଆ ଓଡିଶା ଗସ୍ତରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ସେ ରହିବେ। ଅଗଷ୍ଟ ୧୦ ଓ ୧୧ ତାରିଖରେ ପୁରୀରେ ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମଧ୍ୟ ଶ୍ରୀଯୁକ୍ତ ମୋହନ ଭାଗବତ ଯୋଗଦେବେ।

ଆହୁରି ମଧ୍ଯ ସଂଗଠନର କାର୍ଯ୍ୟକଳାପ ଏବଂ ଏହାର ଆଗାମୀ ଯୋଜନାଗୁଡିକ ପାଇଁ ମଧ୍ଯ ଆଲୋଚନା କରିବେ।

ତେବେ ସେ ସୋମବାର ପୁରୀ ଛାଡିବେ ବୋଲି ଜଣାପଡିଛି।