Img 20240804 Wa0250

ସାନ୍ତାଳୀ ୱିକିପିଡ଼ିଆର ୬ଷ୍ଠ ବାର୍ଷିକ ପ୍ରତିଷ୍ଠା ଦିବସ ଆନ୍ତର୍ଜାତୀୟ ଅନଲାଇନ ଆଲୋଚନା ସହ ପାଳନ କରାଗଲା

State

ବାରିପଦା -ସାନ୍ତାଳୀ ଓ୍ବିକିପିଡିଅାର ଷଷ୍ଠ ପ୍ରତିଷ୍ଠା ଦିବସ ଏକ ଆନ୍ତର୍ଜାତୀୟ ଅନଲାଇନ୍ ମାଧ୍ୟମରେ ପାଳନ କରାଗଲା। ଏହି କାର୍ଯ୍ୟକ୍ରମରେ ଭାରତ, ନେପାଳ ଓ ବାଂଲାଦେଶର ସନ୍ତାଳୀ ୱିକିପିଡ଼ିଆ ସମୁଦାୟର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ |

ଏହି ଆଲୋଚନାରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ସନ୍ତାଳୀ ୱିକିମିଡିଆ ପ୍ରକଳ୍ପଗୁଡ଼ିକର ବିକାଶ ଓ ଭବିଷ୍ୟତ ସମ୍ଭାବନା ସମ୍ଭନ୍ଧରେ ବିଶଦ ଆଲୋଚନା କରିଥିଲେ। ଆଲୋଚନାରେ ଓ୍ବିକିମିଡିଆର ବିଭିନ୍ନ ପ୍ରକଳ୍ପ ଗୁଡିକୁ ସନ୍ତାଳୀ ଭାଷାରେ ଉପଲବ୍ଧ କରାଇବା ଓ ଏହାକୁ ବ୍ୟାପକ ଭାବରେ ପାଠକମାନଙ୍କ ପାଇଁ ସୁଲଭ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା | ଚଳିତ ଅଗଷ୍ଟ ମାସରେ ଓଡିଶା, ପଶ୍ଚିମ ବଙ୍ଗ, ଝାରଖଣ୍ଡ, ଅସାମ, ନେପାଳ ଏବଂ ବାଂଲାଦେଶର ସାନ୍ତାଳୀ ବହୁଳ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ମାନଙ୍କରେ ଆଉଟରିଚ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀମାନଙ୍କୁ ଓ୍ବିକିପିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମ ଉପରେ ସଚେତନ କରାଯିବା ସହ ଓ୍ବିକିପିଡିଆସହ ଯୁବଗୋଷ୍ଠୀ ମାନଙ୍କୁ ସଂଯୋଗ କରିବାର ପ୍ରସ୍ତାବ ଗ୍ରହଣ କରାଗଲା ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଏକମାସ ବ୍ୟାପୀ ମୁକ୍ତ ଗଣସମ୍ପାଦନା ପ୍ରତିଯୋଗୀତା ଆୟୋଜନ କରିବାର ନିଷ୍ପତି ସଦସ୍ୟ ମାନେ ଗ୍ରହଣ କରିଥିଲେ |
ଆସନ୍ତା ସେପ୍ଟେମ୍ବର ୧୪ ଏବଂ ୧୫ ତାରିଖରେ ସେଣ୍ଟର ଫର ଇଣ୍ଟରନେଟ ସୋଶାଇଟି ଏବଂ ଓ୍ବକିମିଡିଆ ଫାଉଣ୍ଡେସନ ସହ ମିଳିତ ଭାବରେ କଲିକତାଠାରେ ଆନ୍ତର୍ଜାତୀୟ ସାନ୍ତାଳୀ ଓ୍ବକିପିଡିଆ କର୍ମଶାଳା ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା |

ଏହି ଆଲୋଚନାକୁ ପଶ୍ଚିମବଙ୍ଗର ବୋଦି ବାସ୍କେ ପରିଚାଳନା କରିଥିବାବେଳେ ଓଡିଶାର ରାମଜିତ ଟୁଡୁ ସହଯୋଗ କରିଥିଲେ |