Img 20240802 Wa0239

ବାଙ୍ଗିରିପୋଷି ବିଧାୟିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବିକାଶ କମିଟି ବୈଠକ

State

ସମସ୍ତ ଜନହିତକର କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା

ବାରିପଦା: ମାନ୍ୟବର ବିଧାୟିକା, ବାଙ୍ଗିରିପୋଷି, ସୁଶ୍ରୀ ସଞ୍ଜଳି ମୁର୍ମୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ବାଙ୍ଗିରିପୋଷି ବ୍ଲକ ସମ୍ମିଳନୀ କକ୍ଷ ଠାରେ ସମସ୍ତ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ।ଏହି ବୈଠକକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପରିଚାଳନା କରିଥିବା ବେଳେ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନେ ଏଥିରେ ଯୋଗ ଦେଇଥିଲେ । ସୂଚନା ଅନୁସାରେ, ଏହି ବୈଠକରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ଏବଂ ତହସିଲ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ସରକାରୀ ଯୋଜନା ଏବଂ ଏହାର ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା। ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଅଂଚଳରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ଏବଂ ବିଭାଗ ଦ୍ୱାରା ଅନୁମୋଦିତ କାର୍ଯ୍ୟଗୁଡିକର ବିବରଣୀ ଦେବା ସହିତ ଏହାର ଅଗ୍ରଗତି ବିଷୟରେ ବିଶଦ ବିବରଣୀ ଦେଇଥିଲେ। ସେହି ପରିପ୍ରେକ୍ଷୀରେ, ମାନ୍ୟବର ବିଧାୟିକା ସୁଶ୍ରୀ ମୁର୍ମୁ, ସମସ୍ତ ତଥ୍ୟ କୁ ଆଲୋଚନା କରି ଏହାକୁ ତ୍ୱରାନ୍ୱିତ କରି ଏବଂ ସମସ୍ତ ସହଯୋଗରେ କାର୍ଯ୍ୟ କରିବାକୁ କହିଥିଲେ। ଏହି ବୈଠକରେ ଜଳସେଚନ, କୃଷି, ପର୍ଯ୍ୟଟନ, ରାଜସ୍ୱ, ପ୍ରାକୃତିକ ବିପର୍ଯ୍ୟୟ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ, ସାମାଜିକ ସୁରକ୍ଷା, ଶିଶୁ ବିକାଶ, ସୂଚନା ଓ ଲୋକସମ୍ପର୍କ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟ ବିଷୟରେ ଅବଗତ ହୋଇ ଆହୁରି କାର୍ଯ୍ୟକାରିତାକୁ ବଢାଇବା ପାଇଁ ଆଲୋଚନା କରିଥିଲେ । ଉକ୍ତ ବୈଠକରେ, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ବ୍ଲକ ଯଥା କୁଲିଅଣା, ଶ୍ୟାମାଖୁଣ୍ଟା, ବାଙ୍ଗିରିପୋଷି ବ୍ଲକ ଏବଂ ତହସିଲ ତଥା ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସମେତ, ଏହି ସଭାରେ ବାରିପଦା ବନଖଣ୍ଡ ବିଭାଗୀୟ ଅଧିକାରୀ ଶ୍ରୀ ଏ. ଉମା ମହେଶ, ବାରିପଦା ପିଏ ଆଇଟିଡିଏ, ଶ୍ରୀ ପ୍ରଣୟ କୁମାର ବେହେରା ଉପସ୍ଥିତ ଥିଲେ।