Whatsapp Image 2024 08 02 At 11.42.23 Am

ଜାପାନ ଭଳି ରୂପ ନେବ ରାଜଧାନୀ ଭୁବନେଶ୍ୱର, ବିଏମସିର ପ୍ରକ୍ରିୟା ଆରମ୍ଭ

State

ଭୁବନେଶ୍ୱର : ସବୁଜ ବଳୟରେ ଶୋଭା ପାଇବ ରାଜଧାନୀ । ମିଆୱାକି ଭଳି ରୂପରେଖ ହେବ ରାଜଧାନୀ ଭୁବନେଶ୍ୱରର । ଏନେଇ ବିଏମସି ତାର ପ୍ରକ୍ରିୟା ଆରମ୍ଭ କରି ସାରିଛି । ଜାପାନ ଭଳି ଖାଲି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବ ଭୁବନେଶ୍ୱର ମହାନଗର ନିଗମ । ସହରର ପ୍ରାୟ ୩୦ଟି ସ୍ଥାନ ଚିହ୍ନଟ କରାଯାଇ ସାରିଛି । ବିକାଶ ନାରେ ଆମେ ଗଛ କାଟିବା ସହ ଦିନକୁ ଦିନ କଂକ୍ରଟି ରାସ୍ତାର ମାତ୍ରକୁ ବୃଦ୍ଧି କରୁଥିବା ଅନୁଭବ କରୁଛେ । ଧାରା ଶ୍ରାବଣରେ ବି ଅସମ୍ଭାଳ ହେଉଛି ଗରମ ଆଉ ଗୁଳୁଗୁଳି । ରାଜ୍ୟର ସବୁଠୁ ବଡ଼ ମହାନଗରର ମେୟର ଏ କଥା ନିଜେ କହିଛନ୍ତି ।

ଏକଦା ଦେଶର ଶୀତଳ ସହର ଭାବେ ରାଜଧାନୀ ବେଶ ନା କରିଥିଲା । ଏବେ କିନ୍ତୁ ଉତ୍ତପ୍ତ ସହର ପାଲଟିଛି । ମୁଖ୍ୟ କାରଣ କଳା ପିଚ୍ ପିଚ୍ ରାସ୍ତା ସାଙ୍ଗକୁ ଆକାଣକୁ ଛୁଇଁଲା ଭଳି ସୁଉଚ୍ଚ ଅଟ୍ଟାଳିକା, ଆଉ ବିଳାସପୂର୍ଣ୍ଣ ଜୀବନ ପାଇଁ ମାତ୍ରାଧିକ ଏସିର ବ୍ୟବହାର । ଯାହା ରାଜଧାନୀର ସ୍ଵଭାବରେ ପରିବର୍ତ୍ତନ ଆଣିଛି । ଆଗେ ସଂଧ୍ୟା ହେବା ମାତ୍ରେ, ମୃଦୁ ମଳୟ ସହର ଭିତରକୁ ବହି ଆସୁଥିଲା । ବର୍ତ୍ତମାନ ନା ଅଛି ସବୁଜିମା, ନା ରହିଛି ଜଳାଶୟ । ଅଧିକାଂଶ ଜଳାଶୟ ପୋତି ହୋଇଯାଇଥିବା ବେଳେ, ଚିହ୍ନିବା ବି କଷ୍ଟକର ହୋଇଯାଇଛି । ଖୁବ୍ ଶୀଘ୍ର ଏହାର ପୁନଃ ଉଦ୍ଧାର କରାଯିବ ନେଇ ମେୟର କହିଛନ୍ତି ।

ଏପଟେ ଚନ୍ଦକାର ଉପଯୋଗିତା କଣ ରାଜଧାନୀ ବାସିନ୍ଦା ଅନୁଭବ କରି ସାରିଲେଣି । ଚାନ୍ଦକା ପାଇଁ ଏବେ ରାଜଧାନୀବାସୀଙ୍କୁ ଅମ୍ଳଜାନ ମିଳୁଛି । ତେଣେ ତୁରନ୍ତ ଜଙ୍ଗଲ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି ବିଏମସି । ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ ୧ ଲକ୍ଷ ବଡ଼ ଚାରା ଲଗାଯିବା । ଖାଲି ଲଗା ଯିବନାହିଁ ଏହାର ରକ୍ଷଣ ବେକ୍ଷଣ ବି ସୂଚାରୁ ଭାବେ କରାଯିବ ।

ଦିନ କୁ ଦିନ ଜଳବାୟୁ ପରିବର୍ତ୍ତନ ସାରା ସମାଜ ପାଇଁ, ବଡ଼ ବିପଦ ଆଣୁଥିବା ଏଇ ବିଶ୍ୱ ଅନୁଭବ କରି ସାରିଲାଣି । ବିକାଶ ହଉ କିନ୍ତୁ ଏହାର ବିକଳ୍ପ ବ୍ୟବସ୍ଥା ସହିତ । ସବୁଜିମାର ରକ୍ଷଣ ବେକ୍ଷଣ ହବାର ଆବଶ୍ୟକ ରହିଛି । ତେବେ ରାଜଧାନୀ ପାଇଁ ବିଏମସି ର ଏହି ପ୍ରୟାସ ସ୍ୱାଗତ ଯୋଗ୍ୟ ନିହାତୀ ।