Onn 3

ହତ୍ୟାକାରୀ କୁ ଆଜୀବନ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ଆଜି ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ମାନ୍ୟବର ଜିଲା ଓ ଦୈାରାଜଜ୍ ଅରବିନ୍ଦ କୁମାର ପଟ୍ଟନାୟକ ଅଭିଯୁକ୍ତ ମୟୁରଭଞ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ବଡବେଲାକୁଟି ଗ୍ରାମର ଜଗବନ୍ଧୁ ନାଏକ କୁ ଦୋଷୀ ସାବ୍ୟସ୍ତ କରିବା ସାଙ୍ଗକୁ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । । ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୫-୯-୨୦୨୧ ରିଖ ସକାଳ ପାଖାପାଖି ୭.୩୦ ମିନିଟ ସମୟରେ ଦୁହେଁ କାମକୁ ଯାଉଥିବା ସମୟରେ ଅଭିଯୁକ୍ତ ଜଗବନ୍ଧୁ ନାଏକ ଉକ୍ତ ଗ୍ରାମର କେଶରୀ ନାଏକ କୁ ଗ୍ରାମ ରାସ୍ତାରେ ପିଟାମରା କରିବା ସହ କୋଦାଳ ରେ ତାର ମୁହଁ ଏବଂ ହାତକୁ ଚେଚି ପକାଇଥିଲା । ଏହା ସହିୁତ ଏକ ଦା ରେ ମଧ୍ୟ ତାର ବେକକୁ ଆଘାତ କରିଥିଲା । ଏ କଥା କେଶରୀ ନାଏକ ର ବଡ ଭାଇ ମଙ୍ଗୁଳୁ ନାଏକ ତାଙ୍କ ନାତି ପାଖରୁ ଖବର ପାଇ ଘଟଣା ସ୍ଥଳକୁ ଯାଇ ଦେଖିବାରୁ କେଶରୀ ନାଏକ ଗୁରୁତର ଆହାତ ହୋଇ ରାସ୍ତାରେ ପଡିଥିଲା ଏବଂ ତାର ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା । ମଙ୍ଗୁଳୁ ନାଏକ କୁ ଦେଖି ଅଭି୍‌ଯୁକ୍ତ ଘଟଣା ସ୍ଥଳରୁ ଦୈାଡି ପଳାଇଥିଲା । ଗୁରୁତର କେଶରୀ ନାଏକ କୁ ଗ୍ରାମବାସୀ ଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡସାହି ଡାକ୍ତରଖାନା ପରେ ବାରିପଦା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାର ମୃତ୍ୟୁ ଘଟିଥିଲା । ଏ ବାବଦରେ ମଙ୍ଗୁଳୁ ନାଏକ ଙ୍କ ଅଭିଯୋଗକ୍ରମେ ଖୁଣ୍ଟା ଥାନାରେ କେସ ନମ୍ବର ୨୮୭/୨୬-୯-୨୦୨୧ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମୁଦାୟ ୧୬ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସସ୍ମିତା ମହାପାତ୍ର ପରିଚାଳନା କରିଥିଲେ ।