Copyimage

ବନବିଭାଗ ର ଚଢାଉ, ୫ଟି ହାତୀ ଦାନ୍ତ ଜବତ, ୭ ଜଣ ଗିରଫ

Crime State

ବାରିପଦା: ଆଜି କୈାଣସି ସୂତ୍ରରୁ ଖବର ପାଇ ବାରିପଦ ବନଖଣ୍ଡ ଏବଂ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଟିମ ଉଦଳା ରେଞର ବିଭିନ୍ନ ସ୍ଥାନରେ ଚଢାଉ କରି ପାଞ୍ଚ ଖଣ୍ଡ ହାତୀ ଦାନ୍ତ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ସାତ ଜଣ ଙ୍କୁ ଗିରଫ କରିଛନ୍ତି । ଏଥି ସହିତ ତିନି ଗୋଟି ବାଇକ ମଧ୍ୟ ଜବତ କରିଛନ୍ତି । ଏହା ବନବିଭାଗ ର ଏକ ବଡ ଧରଣର ଚଢାଉ । ଗିରଫ ହାତୀ ଦାନ୍ତ ମାଫିଆ ମାନେ ହେଲେ ମୟୁରଭଞ ଜିଲା ଏବଂ ବାଲେଶ୍ୱର ଜିଲାର ବୋଲି ଜଣାପଡିଅଛି । ଏମାନଙ୍କୁ ଗିରଫ ପରେ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରିରହିଅଛି ।