ଏଣେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ। ସେ କହିଛନ୍ତି, ବିଜେଡି ଦଳ ଯେଉଁ ମଜଭୁତ ସ୍ଥିତିରେ ରହିଛି। ଦଳର ଭୋଟ ୭୦ ପ୍ରତିଶତ ତଳକୁ ଖସିବ ନାହିଁ। ନୂତନ ଓଡ଼ିଶା ଗଢ଼ିବାକୁ ବିଜେଡି ଦଳ ଆଗକୁ ବଢ଼ିଚାଲିଛି। ବିଜେଡି ଦଳ ନୁହେଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। କିଏ କଣ ଦାବି କରୁଛି, ସେଥିରେ ଆମର କିଛି ଅସୁବିଧା ନାହିଁ। ଯିଏ କହୁଛନ୍ତି ୫୦ ପ୍ରତିଶତ ଭୋଟ ନେବେ ବୋଲି ସେମାନେ ଆଗରୁ କେତେ ଭୋଟ ପାଇଛନ୍ତି ସେଇଟା ତର୍ଜମା କରନ୍ତୁ।
ଏଣେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ନିର୍ବାଚନ ଆସିଲେ ରାଜନୈତିକ ଦଳମାନଙ୍କ ବୟାନବାଜି ଆରମ୍ଭ ହୁଏ। ବିରୋଧୀ ଦିଲ୍ଲୀରେ କେଉଁଠି ଚାର୍ଜ ହୋଇ ଆସିଛନ୍ତି ତାହା ଜଣା ନାହିଁ। ବିଜେଡି ସେଥିରେ ନଥାଏ। ଲୋକଙ୍କ ସାଥୀରେ ଥାଏ। ବିଭିନ୍ନ ଯୋଜନା କିପରି ଲୋକଙ୍କ କାମରେ ଲାଗିବ ସେ ବ୍ୟବସ୍ଥା ଭିତରେ ଅଛି। ୫ଥରର ଶାସନ ବ୍ୟବସ୍ଥା ଭିତରେ ରହିଲା ପରେ ଷଷ୍ଠ ଥର ଶାସନ କରିବ। ଆଜି ସାରା ରାଜ୍ୟର ଯେଉଁ ମାହୋଲ ଓ ମତାମତରୁ ସ୍ପଷ୍ଟ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଓ କଂଗ୍ରେସ ହେଉଛନ୍ତି ଜାତୀୟ ଦଳ। ତେଣୁ ଜାତୀୟ ନେତାଙ୍କ କାନ୍ଧରେ ଭାର ଦେଇ ଉଠିବାକୁ ଚେଷ୍ଟା କରନ୍ତି। ବିଜେଡି ଏକ ପ୍ରାଦେଶିକ ଦଳ ଏଠି ମୁଖ୍ୟମନ୍ତ୍ରୀ ସର୍ବେସର୍ବା। ଏକା ମୁଖ୍ୟମନ୍ତ୍ରୀ ଭାବମୂର୍ତ୍ତ ତାଙ୍କ ଉପରେ ଭାରି। ୫ଥରର ନିର୍ବାଚନ ଯେମିତି ହୋଇଛି ଏଥର ଆହୁରି ଅଧିକ ଭୋଟ ପାଇବ। ବିଜେପି ଯଦି ଏବେ ଗାଁକୁ ଯିବ, ପୂର୍ବରୁ ୪ ବର୍ଷ ୬ ମାସ ହେଲାଣି ଲୋକଙ୍କ ପାଖକୁ ଯାଉ ନଥିଲେ କି। ବିଜେଡି ସବୁବେଳେ ସବୁବେଳେ ଗାଁରେ ଲୋକଙ୍କ ପାଖରେ ଥାଆନ୍ତି। ବିଜେଡି ସଂଗଠନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।