Amit

ବିପର୍ଯ୍ୟୟ ପରିଚାଳନା ପାଇଁ ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

National & International State

ନବୀନଙ୍କୁ ପୁଣି ପ୍ରଶଂସା ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି ।  ଆଜି ରାଜ୍ୟସଭାରେ କେରଳ ୱାୟନାଡ ବିପର୍ଯ୍ୟୟ ଘଟଣାରେ ଆଲୋଚନା ବେଳେ ନବୀନ ବାବୁଙ୍କ ସରକାର କଥା ଉଦାହରଣ ଦେଇଥିଲେ ।  କେରଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହେବ ବୋଲି ଗତ ୨୩ ତାରିଖରେ କେରଳ ସରକାରଙ୍କୁ ଆଗୁଆ ସୂଚନା ଦେଇଥିଲେ କେନ୍ଦ୍ର ସରକାର ।

ବାତ୍ୟା ପାଇଁ ପୂର୍ବରୁ ନବୀନବାବୁଙ୍କ ସରକାରଙ୍କୁ ମଧ୍ୟ ଆଗୁଆ ସୂଚନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ।  ନବୀନ ବାବୁ ଜିରୋ କାଜୁଆଲଟି ନୀତି ପାଇଁ ବହୁ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି ।  ସେହି ବାତ୍ୟାରେ କେବଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ତାହା ପୁଣି ଭୁଲବଶତଃ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ ।