Ola

ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି

State

ଭୁବନେଶ୍ୱର: ରାଜ୍ୟର ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବା ନେଇ ସୂଚନା ମିଳିଛି l କିନ୍ତୁ ୧୪୭ କୋଟିରୁ ମାତ୍ର ୧୪ କୋଟି ଆଦାୟ କରିଛନ୍ତି ରାଜ୍ୟ ସରକାର l ଦୁର୍ନୀତିରେ ସାମିଲ ଥିବା ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ସୁନ୍ଦରଗଡ଼ରେ ସର୍ବାଧିକ ୩୨ କୋଟି ୨୩ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ସମ୍ବଲପୁରରେ ୩୦ କୋଟିର ଦୁର୍ନୀତି ହୋଇଛି l ସେହିପରି କେନ୍ଦୁଝରରେ ୧୭ କୋଟି, ବ୍ରହ୍ମପୁରରେ ୧୦ କୋଟି, ବାଙ୍କୀ ଓ ବାଲେଶ୍ବରରେ ୯ କୋଟିରୁ ଅଧିକ ଦୁର୍ନୀତି ହୋଇଛି l

ସେପଟେ ୧୩ଟି ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷର ହେରଫେର ହୋଇଛି l ସେଥିରୁ ମାତ୍ର ୧.୮୪ କୋଟି ଟଙ୍କା ଆଦାୟ ହୋଇତିବ ବେଳେ ୧୯.୩୪ କୋଟି ଆଦାୟ ପାଇଁ ନିର୍ଦ୍ଦେଶ ରହିଛି l ଅନ୍ୟପଟେ ଦୁର୍ନୀତିରେ ସାମିଲ ଥିବା ୧୮୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ l