Ias2

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଏନବିଏସ ରାଜପୁତଙ୍କୁ ନିଯୁକ୍ତି

State

ଭୁବନେଶ୍ୱର : ଏନବିଏସ ରାଜପୁତ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ । ୧୯୯୯ ବ୍ୟାଚର ଆଇଏଏସ ଅଧିକାରୀ ଏନବିଏସ ରାଜପୁତ ।  ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଏନବିଏସ ରାଜପୁତଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ସରକାର ।  ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶାଶ୍ବତ ମିଶ୍ର ଅର୍ଥ ବିଭାଗ ପ୍ରମୁଖ ସଚିବ ହୋଇଛନ୍ତି ।

ପୂର୍ବରୁ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଏବେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହ ଶକ୍ତି ବିଭାଗର ପ୍ରମୁଖ ସଚିବ ଓ OSSSCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନବିଏସ ରାଜପୁତ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ।